21.1 C
Bhubaneswar
Monday, November 18, 2024
Homeଓଡିଶାତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ

ଭୁବନେଶ୍ୱର : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିସାରିଛି । ନିର୍ବାଚନ ନେଇ ତାରିଖ ଘୋଷଣା ହୋଇ ସାରିଥିବାବେଳେ ଆଜିଠୁ ଆରମ୍ଭ ହେବ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା । ପ୍ରାର୍ଥୀମାନେ ନିଜ ନିଜର ସମର୍ଥକଙ୍କ ସହ କୋଭିଡ କଟକଣାରେ ଦାଖଲ କରିବେ ପ୍ରାର୍ଥିତ୍ର । ଏଥର ଲାଗିଛି ଅଙ୍କୁଶ । ଗୋଟିଏ ଗାଡ଼ିକୁ ମିଳିଛି ଅନୁମତି । ଆଜିଠୁ ୨୧ ତାରିଖ ପର୍ଯ୍ୟନ୍ତ ହେବ ନାମାଙ୍କନ ଦାଖଲ । ୨୨ ତାରିଖ ଯାଞ୍ଚ ପରେ ୨୫ରେ ପ୍ରତ୍ୟାହାର ଓ ସେହିଦିନ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ରାଜ୍ୟରେ ପାଞ୍ଚ ପର୍ଯ୍ୟାୟରେ ହେବ ଭୋଟ । ୱାର୍ଡ ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ପଞ୍ଚାୟତ କାର୍ଯ୍ୟାଳୟରେ, ସମିତି ସଭ୍ୟ ବ୍ଲକ କାର୍ଯାଳୟରେ ନାମାଙ୍କନ ଦାଖଲ କରିବେ । ଜିଲ୍ଲା ପରିଷଦ ପ୍ରାର୍ଥୀ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିବେ ।

କୋଭିଡ କଟକଣାରେ ହେବ ପଞ୍ଚାୟତ ଭୋଟ । ରାଜ୍ୟ ନିର୍ବାଚନ କମିଶନରଙ୍କ କଟକଣା ଅନୁଯାୟୀ ସଭା ସମିତି ଓ ପଥପ୍ରାନ୍ତ ସଭାକୁ ବାରଣ କରାଯାଇଛି । ପ୍ରାର୍ଥୀମାନେ ୫ ଜଣଙ୍କ ସହ ଘରକୁ ଘର ବୁଲି ପ୍ରଚାର କରିବାକୁ ଅନୁମତି ଦିଆଯାଇଛି । ରାଲି ଏବଂ ରୋଡ ସୋ’କୁ ସଂପୂର୍ଣ୍ଣ ବାରଣ କରାଯାଇଛି । ଏଥର ପୂର୍ବଭଳି ନିର୍ବାଚନ ଦିନ ଭୋଟ ଗଣତି କରାଯିବ ନାହିଁ । ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ରେ ମତଦାତାମାନେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ୨୬, ୨୭, ୨୮ରେ ହେବ ଭୋଟ ଗଣତି । ତାହା ପୁଣି ବ୍ଲକ କାର୍ଯ୍ୟାଳୟରେ ହେବ । ଇତିମଧ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆମ୍ଭ ହୋଇଛି ଘନଘନ ବୈଠକ । ମୁଖ୍ୟ ଶାସନ ସଚିବଙ୍କଠୁ ଆରମ୍ଭ କରି ଡିଜିପିଙ୍କ ପର୍ଯ୍ୟନ୍ତଙ୍କ ଚାଲିଛି ଆଲୋଚନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking