28.1 C
Bhubaneswar
Saturday, October 19, 2024
Homeଓଡିଶାହାଇକୋର୍ଟରେ ପ୍ରଭାତ ବିଶ୍ୱାଳ ନିରାଶ; ବର୍ଷକ ମଧ୍ୟରେ ବିଚାର ଶେଷ ପାଇଁ ସିବିଆଇ କୋର୍ଟକୁ ନିର୍ଦ୍ଦେଶ

ହାଇକୋର୍ଟରେ ପ୍ରଭାତ ବିଶ୍ୱାଳ ନିରାଶ; ବର୍ଷକ ମଧ୍ୟରେ ବିଚାର ଶେଷ ପାଇଁ ସିବିଆଇ କୋର୍ଟକୁ ନିର୍ଦ୍ଦେଶ

କଟକ: ଚିଟ୍‌ଫଣ୍ଡ ସଂସ୍ଥା ସିସୋର୍ ସହିତ ଆର୍ଥିକ କାରବାର ମାମଲାରେ ଛାଡ଼ ପାଇବା ନିମନ୍ତେ ହାଇକୋର୍ଟ ଯାଇଥିବା କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ନିରାଶହେବାକୁ ପଡ଼ିଛି । ବିଚାରପତି ଗୌରୀଶଙ୍କର ଶତପଥୀ ମାମଲାର ଶୁଣାଣିକରି ଆସନ୍ତା ୨ମାସ ମଧ୍ୟରେ ଚାର୍ଜଫ୍ରେମ୍ କରି ବର୍ଷକ ମଧ୍ୟରେ ବିଚାର ଶେଷ କରିବାକୁ ସିବିଆଇ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ପ୍ରଭାତଙ୍କ ବିରୋଧରେ ଚାଲିଥିବା ସିସୋର୍ ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାର ଚାର୍ଜସିଟ୍‌ରୁ ତାଙ୍କ ନାମ ବାଦ୍‌ଦେବା ସହିତ ଏତଲାକୁ ରଦ୍ଦ କରିବା ପାଇଁ ସେ ହାଇକୋର୍ଟରେ ଆବେଦନ କରିଥିଲେ ।

ମାତ୍ର ଏହି ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେବା ହେତୁ ପ୍ରଭାତଙ୍କୁ ନିରାଶ ହେବାକୁ ପଡ଼ିଛି । ଅପରପକ୍ଷରେ ମାମଲାର ବିଚାର ପ୍ରକ୍ରିୟା ବର୍ଷକ ମଧ୍ୟରେ ଶେଷହେବ ବୋଲି ଏକପ୍ରକାର ନିଶ୍ଚିତ ହୋଇଛି । ଚିଟ୍‌ଫଣ୍ଡ ସଂସ୍ଥା ସି-ସୋର ଆର୍ଥିକ ଠକେଇ ମାମଲାରେ ପୂର୍ବତନ ବିଧାୟକ ପ୍ରଭାତଙ୍କୁ ସିବିଆଇ ଗିରଫ କରିଥିଲା । ସିସୋର୍‌କୁ ପ୍ରମୋଟ୍ କରାଇବା ଏବଂ ସଂସ୍ଥା ସହ ଆର୍ଥିକ କାରବାରରେ ସମ୍ପୃକ୍ତି ରହିଥିବା ଲିଙ୍କ୍‌ରେ ସେ ଗିରଫ ହୋଇଥିଲେ । ଦୀର୍ଘଦିନ ଧରି ନିମ୍ନ ଅଦାଲତରେ ମାମଲା ଚାଲିଥିବାବେଳେ ପ୍ରଭାତ ଜାମିନ ପାଇଥିଲେ । ଏବେ ସୁଦ୍ଧା ସେ ଜାମିନ୍‌ରେ ଅଛନ୍ତି । ଦୀର୍ଘଦିନ ଧରି ମାମଲାର ବିଚାର ଚାଲିଥିବା ଦର୍ଶାଇ ସେ ମାମଲାରୁ ଛାଡ଼ ପାଇବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସିବିଆଇ ପକ୍ଷରୁ ଆଇନଜୀବୀ ସାର୍ଥକ ନାୟକ ଓ ପ୍ରଭାତଙ୍କ ପକ୍ଷରୁ ଆଇନଜୀବୀ ହେମନ୍ତ କୁମାର ମୁଣ୍ଡ ମାମଲା ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking