19.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶପାନ କାର୍ଡ ସହ ଆଧାର ଲିଙ୍କ ନଥିଲେ ଭରିବେ ଏତିକି ଟଙ୍କା ଫାଇନ୍‌

ପାନ କାର୍ଡ ସହ ଆଧାର ଲିଙ୍କ ନଥିଲେ ଭରିବେ ଏତିକି ଟଙ୍କା ଫାଇନ୍‌

ନୂଆଦିଲ୍ଲୀ : ପାନ କାର୍ଡକୁ ନେଇ ଆସିଲା ବଡ଼ ଖବର । ଯଦି ଆପଣଙ୍କ ପାନ କାର୍ଡ ଆଧାର କାର୍ଡ ସହ ଯୋଡ଼ି ହୋଇନାହିଁ ତେବେ ଏହା ଖୁବ ଶୀଘ୍ର ନିଷ୍କ୍ରିୟ ହୋଇଯିବ । ମାନେ ଏହାକୁ ଲିଙ୍କ କରିବାର ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ ୨୦୨୨ । ଯଦି ଆପଣ ଏହି ସମୟ ପୂର୍ବରୁ ଆଧାର ସହିତ ନିଜ ପାନ କାର୍ଡକୁ ଲିଙ୍କ କରିନାହାଁନ୍ତି ତେବେ ୧ ଅପ୍ରେଲ ୨୦୨୨ ମସିହାରୁ ନିଷ୍କ୍ରିୟ ବା ଅଚଳ ହୋଇଯିବ । ଅର୍ଥାତ ଆପଣ ଏହାର ଉପଯୋଗ କରିପାରବେ ନାହିଁ । ଆଧାର ସହିତ ପାନ କାର୍ଡକୁ ସଂଯୋଗ ନ କରିବା ଆପଣକ ପାଇଁ ପଡିପାରେ ମହଙ୍ଗା । ଯଦି ଆପଣ ଚଳିତ ମାସ ଶେଷ ଅର୍ଥାତ ୩୧ ମାର୍ଚ୍ଚ ଭିତରେ ନିଜ ପାନ କାର୍ଡକୁ ଆଧାର ସହିତ ଲିଙ୍କ କରାଉନାହାନ୍ତି ତେବେ ଆୟକର ବିଭାଗ ଆପଣଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା ରାଶି ଲଗାଇବେ । ଆୟକର ବିଭାଗ ପୂର୍ବରୁ ହିଁ ଘୋଷଣା କରିଥିଲେ ଯେ ପାନ-ଆଧାର ଲିଙ୍କ ହୋଇନଥିବା ପାନ କାର୍ଡକୁ ‘ନିଷ୍କ୍ରିୟ’ ଘୋଷଣା କରାଯିବ । କିନ୍ତୁ ଏବେ ଜାରି କରାଯାଇଥିବା ଏକ ନୂତନ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ, ଯେଉଁମାନେ ଆଧାର-ପାନ୍ ଲିଙ୍କ୍ ନକରିବେ ସେମାନଙ୍କ ଉପରେ ଆୟକର ନିୟମ ଆଧାରରେ ଜରିମାନା ଲାଗୁ କରାଯିବ । ଆଧାର-ପାନ୍ ଲିଙ୍କ୍ କରିବାର ସମୟ ସୀମାକୁ ଏହା ପୂର୍ବରୁ ବହୁବାର ବୃଦ୍ଧି କରାଯାଇଛି । ଆୟକର ଅଧିନିୟମ ଧାରା ୧୩୯ଏଏ ମୁତାବିକ ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କ ପାଖରେ ୧ ଜୁଲାଇ ୨୦୧୭ ମସିହାରୁ ପାନ କାର୍ଡ ରହିଛି ସେମାନଙ୍କୁ ଆଧାର ସହିତ ଲିଙ୍କ କରିବାକୁ ପଡ଼ିବ । ଆୟକର ରିଟର୍ଣ୍ଣ ଦାଖଲ କରିବା ସମୟରେ ଆଧାର ସଂଖ୍ୟାକୁ କହିବାକୁ ପଡ଼ିବ । ଯଦି ଆପଣଙ୍କ ପାନ କାର୍ଡ ଅଚଳ ହୋଇଯାଇଛି ଏହାପରେ ବି ଆପଣ ଯଦି ପାନ କାର୍ଡକୁ ଜମା ନକରନ୍ତି ତେବେ ଆୟକର ବିଭାଗ ଏହାକୁ ନେଇ ଅଭିଯୋଗ କରିବାର ସମ୍ଭାବନା ରହିଛି । ଏସବୁ ପାଇଁ ସେ ଆପଣଙ୍କୁ ଉତ୍ତରଦାୟୀ କରିବ । ଏହି ସମୟରେ ଯଦି ଆପଣଙ୍କ କାର୍ଡ ଅଚଳ ହୋଇଯାଇଛି ତେବେ ତୁରନ୍ତ ଯାଇ ଯୋଗାଯୋଗ କରନ୍ତୁ । ତେବେ ଏଥିପାଇଁ କିଛି ଜରିମାନା ମଧ୍ୟ ନିର୍ଦ୍ଧାରିତ କରାଯାଇଛି । ଟାକ୍ସମାନ ଡିଜିଏମ୍ ନବୀନ ୱାଧବାଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ଡିଫ୍ଲଟ ଉପରେ ୧୦ ହଜାର ଟଙ୍କା ଜରିମାନା ଲାଗୁ ହେବ । ବଜେଟ ୨୦୨୧ରେ କେନ୍ଦ୍ର ସରାକର ଆୟକର ଅଧିନିୟମରେ ଏକ ନୁଆ ଧାରା ୨୩୪ଏଚ୍ ଯୋଡ଼ିଛନ୍ତି । ଏହି ସମୟରେ ଜରିମାନାକୁ ନିର୍ଦ୍ଧାରିତ କରାଯାଇଥିଲା । ତେବେ ସେହି ସମୟରେ ଜରିମାନା ୧୦୦୦ ଟଙ୍କା ପର୍ଯ୍ୟନ୍ତ ସୀମିତ ଥିଲା । ଏବେ କିନ୍ତୁ ଏହାର ସୀମାକୁ ବଢ଼ାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking