ନୂଆଦିଲ୍ଲୀ: ଭାରତ ନିର୍ବାଚନ କମିଶନ୍ (ଇସି) ଇ. ପଲାନୀସ୍ୱାମୀଙ୍କୁ ଏଆଇଏଡିଏମ୍ ପାର୍ଟିର ସାଧାରଣ ସମ୍ପଦକ ଭାବେ ମାନ୍ୟତା ପ୍ରଦାନ କରିଛି । ପାର୍ଟିର ନିୟମ ଏବଂ ପଦାଧିକାରୀଙ୍କ ମଧ୍ୟରେ ହୋଇଥିବା ପରିବର୍ତ୍ତନକୁ ଧ୍ୟାନରେ ରଖି କମିଶନ୍ ଏହି ନିଷ୍ପତ୍ତି ନେଇଛନ୍ତି ।
ଏହା ସହିତ ନିର୍ବାଚନ କମିଶନ୍ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏଆଇଏଡିଏମ୍କେ ପ୍ରାର୍ଥୀଙ୍କୁ ପାର୍ଟିର ନିର୍ବାଚନ ଚିହ୍ନ ପ୍ରଦାନ କରିଛି । ଏହି ନିଷ୍ପତ୍ତି ଫଳରେ ପାର୍ଟି ଉପରେ ପଲାନୀସ୍ୱାମୀଙ୍କ ପ୍ରଭାବ ମଜଭୁତ ହୋଇଛି ।