15.1 C
Bhubaneswar
Monday, February 9, 2026
Homeଦେଶ ବିଦେଶବିଏସ୍‌ଏଫ୍ ଯବାନଙ୍କୁ ଅଟକ ରଖିଲେ ପାକିସ୍ତାନୀ ରେଞ୍ଜର୍ସ

ବିଏସ୍‌ଏଫ୍ ଯବାନଙ୍କୁ ଅଟକ ରଖିଲେ ପାକିସ୍ତାନୀ ରେଞ୍ଜର୍ସ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ଏଭଳି ସମୟରେ ଫିରୋଜପୁରର ଭାରତ-ପାକିସ୍ତାନ ସୀମାରେ ମୁତୟନ ଜଣେ ବିଏସଏଫ୍ ଯବାନ ଭୁଲବଶତଃ ସୀମା ଅତିକ୍ରମ କରି ପାକିସ୍ତାନରେ ପହଞ୍ଚିଯାଇଥିଲେ। ଏହି ଘଟଣା ପରେ ପାକିସ୍ତାନୀ ରେଞ୍ଜର୍ସମାନେ ତାଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି। ବିଏସ୍‌ଏଫ୍ ଯବାନଜଣକ ଫସଲ ଅମଳ କରୁଥିବା ଚାଷୀମାନଙ୍କ ଉପରେ ନଜର ରଖିବା ପାଇଁ ଯାଇଥିବା ବେଳେ ଭୁଲବଶତଃ ପାକ ସୀମା ଅତିକ୍ରମ କରିଯାଇଥିଲେ। ତେବେ ବିଏସଏଫ ଅଧିକାରୀମାନେ ସୀମାରେ ପହଞ୍ଚି ଯବାନ୍‌ଙ୍କୁ ମୁକ୍ତ କରିବା ପାଇଁ ସୀମାରେ ପାକ୍ ରେଞ୍ଜର୍ସଙ୍କ ସହ ଆଲୋଚନା କରିଛନ୍ତି। ପ୍ରକାଶ, ଜିରୋ ଲାଇନ ପୂର୍ବରୁ ଏହି ଅଞ୍ଚଳରେ ଚାଷୀମାନଙ୍କୁ ଚାଷ କରିବାର ଅନୁମତି ଦିଆଯାଇଛି। ଏହା ସତ୍ତ୍ୱେ ବିଏସଏଫ୍ ଯବାନମାନେ ଫସଲ ବୁଣା ଏବଂ ଅମଳ ସମୟରେ ସୁରକ୍ଷା ଦୃଷ୍ଟିରୁ ଚାଷୀଙ୍କ ସହିତ ରହିଥାଆନ୍ତି। ବିଏସଏଫ୍ ଯବାନଙ୍କୁ ଚାଷୀଙ୍କ ରକ୍ଷକ ମଧ୍ୟ କୁହାଯାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking