ଇସଲାମାବାଦ: ରୁଷ୍ ସହ ଯୁଦ୍ଧରେ ୟୁକ୍ରେନ୍କୁ ଗୋଳାବାରୁଦ ଯୋଗାଣ ପାଇଁ ଗତବର୍ଷ ଦୁଇଟି ଘରୋଇ ଆମେରିକୀୟ କମ୍ପାନୀ ସହ ହୋଇଥିବା ଅସ୍ତ୍ରଶସ୍ତ୍ର ଚୁକ୍ତିରୁ ଆର୍ଥିକ ସଂକଟ ସହ ସଂଘର୍ଷ କରୁଥିବା ପାକିସ୍ତାନ ୩୬୪ ନିୟୁତ ଡଲାର ଆୟ କରିଥିବା ଜଣାପଡ଼ିଛି । ଏକ ମିଡିଆ ରିପୋର୍ଟ ଅନୁସାରେ ଯୁଦ୍ଧଗ୍ରସ୍ତ ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ବ୍ରିଟିଶ ସେନାର ଏକ ମାଲବାହୀ ବିମାନ ରାୱଲପିଣ୍ଡିସ୍ଥିତ ନୁର ଖାନ୍ ବାୟୁସେନା ଘାଟିରୁ ସାଇପ୍ରସ୍ର କ୍ରୋତିରିସ୍ଥିତ ବ୍ରିଟିଶ ସାମରିକ ଘାଟି ଏବଂ ପରେ ରୋମାନିଆକୁ ମୋଟ ପାଞ୍ଚଥର ଉଡ଼ାଣ ଭରି ଯୁଦ୍ଧବିଧ୍ୱସ୍ତ ଦେଶକୁ ଅସ୍ତ୍ରଶସ୍ତ୍ର ଯୋଗାଇଥିଲା ବୋଲି ସୋମବାର ବିବିସି ଉର୍ଦ୍ଦୁ ରିପୋର୍ଟ କରିଛି । ତେବେ ପଡ଼ୋଶୀ ଦେଶ ରୋମାନିଆ ଦେଇ ୟୁକ୍ରେନ୍କୁ କୌଣସି ପ୍ରକାର ଗୋଳାବାରୁଦ ଯୋଗାଇଥିବା କଥାକୁ ଇସ୍ଲାମାବାଦ ବାରମ୍ବାର ଖଣ୍ଡନ କରିଆସୁଛି ।
ଆମେରିକୀୟ ଫେଡେରାଲ ପ୍ରୋକ୍ୟୁର୍ମେଣ୍ଟ ଡାଟା ସିଷ୍ଟମ୍ରୁ ମିଳିଥିବା କଣ୍ଟ୍ରାକ୍ଟର ସବିଶେଷ ତଥ୍ୟକୁ ଉଲ୍ଲେଖ କରି ବିବିସି ରିପୋର୍ଟରେ ଦାବି କରାଯାଇଛି ଯେ ପାକିସ୍ତାନ ୧୫୫ଏମ୍ଏମ୍ ଶେଲ୍ ବିକ୍ରି ପାଇଁ “ଗ୍ଲୋବାଲ ମିଲିଟାରୀ” ଏବଂ “ନର୍ଥରୋପ ଗ୍ରୁମ୍ମାନ’ ନାମକ ଆମେରିକୀୟ କମ୍ପାନୀ ସହ ଦୁଇଟି କଣ୍ଟ୍ରାକ୍ଟ ସ୍ୱାକ୍ଷର କରିଥିଲା । ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଏହି ଚୁକ୍ତିଗୁଡ଼ିକ ୨୦୨୨ ଅଗଷ୍ଟ ୧୭ରେ ସ୍ୱାକ୍ଷରିତ ହୋଇଥିଲା ଏବଂ ସ୍ୱତନ୍ତ୍ର ଭାବେ ୧୫୫ଏମ୍ଏମ୍ ଶେଲ୍ କିଣାଯିବା ସହିତ ଏହା ଜଡ଼ିତ ଥିଲା । ପାକିସ୍ତାନ ଡେମୋକ୍ରାଟିକ୍ ମୁଭ୍ମେଣ୍ଟ୍ (ପିଡିଏମ୍) ସରକାର ଅମଳରେ ଏହି ଚୁକ୍ତି ହୋଇଥିଲା । ଏହାପରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜ୍ୱା ୨୦୨୨ ନଭେମ୍ବରରେ ଅବସର ନେଇଥିଲେ । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ୟୁକ୍ରେନ୍ ଆକ୍ରମଣ ନିର୍ଦ୍ଦେଶ ଦେଇଥିବା ଫେବୃଆରୀ ୨୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ମସ୍କୋ ଗସ୍ତ ପରିପ୍ରେକ୍ଷୀରେ ଗତବର୍ଷ ଅଗଷ୍ଟରେ ଏହି କଥିତ ଚୁକ୍ତିପତ୍ର ସ୍ୱାକ୍ଷରିତ ବେଳେ ୟୁକ୍ରେନ୍ ସଂକଟକୁ ନେଇ ପାକିସ୍ତାନ ରାଜନୀତି ବେଶ୍ ସରଗରମ ଥିଲା । ଏହି ଯାତ୍ରାର ମାସକ ପରେ ଜେନେରାଲ ବାଜୱା ସର୍ବସାଧାରଣରେ ଖାନ୍ଙ୍କ ଠାରୁ ଦୂରେଇ ଯାଇ ଆକ୍ରମଣକୁ ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେଇଥିଲେ ।
ଚଳିତ ବର୍ଷ ଜୁଲାଇରେ ପାକିସ୍ତାନ ଗସ୍ତରେ ଆସିଥିବା ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ମଧ୍ୟ ରୁଷ ସହ ଚାଲିଥିବା ସଂଘର୍ଷ ସମୟରେ ତାଙ୍କ ସେନାର ସହଯୋଗ ପାଇଁ ପାକିସ୍ତାନ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଖବରକୁ ଖଣ୍ଡନ କରିଥିଲେ । ବିବିସି ଉର୍ଦ୍ଦୁ ରିପୋର୍ଟରେ ଦାବି କରାଯାଇଛି ଯେ ୨୩୨ ନିୟୁତ ଡଲାରର ଚୁକ୍ତି ଗ୍ଲୋବାଲ୍ ମିଲିଟାରୀକୁ ଦିଆଯାଇଥିବା ବେଳେ ଆଉ ୧୩୧ ନିୟୁତ ଡଲାରର ଚୁକ୍ତି ନର୍ଥରୋପ୍ ଗ୍ରୁମ୍ମାନ୍ ସହ ହୋଇଛି । ଏଥିରେ ଆହୁରି କୁହାଯାଇଛି, “ଏହି ରାଜିନାମାଗୁଡ଼ିକ ଗତ ମାସ ଅର୍ଥାତ୍ ୨୦୨୩ ଅକ୍ଟୋବରରେ ଶେଷ ହୋଇଛି ।
ରିପୋର୍ଟରେ ଅଭିଯୋଗ କରାୟାଇଛି ଯେ ନୁର ଖାନ୍ ଏୟାର ବେସ୍ରୁ ବ୍ରିଟିଶ ମିଲିଟାରୀ କାର୍ଗୋ ବିମାନରେ ଏହି ଡେଲିଭରି କରାଯାଇଥିଲା, ଯାହା ପାଞ୍ଚ ଥର ରାୱପିଣ୍ଡିରେ ଅବତରଣ କରିଥିଲା । ୨୦୨୨ ମସିହା ଅଗଷ୍ଟ ମାସରେ ଏଭଳି ପ୍ରଥମ ବିମାନ ରାୱପିଣ୍ଡିରେ ଅବତରଣ କରିଥିଲା । ରିପୋର୍ଟରେ ଆହୁରି ଦାବି କରାଯାଇଛି, “ପ୍ରତିଥର ଏହି ବିମାନ ନୁର ଖାନ ଏୟାରବେସରୁ ସାଇପ୍ରସରେ ଥିବା ବ୍ରିଟିଶ ସାମରିକ ଘାଟି ଏବଂ ପରେ ରୋମାନିଆ ଅଭିମୁଖେ ଉଡ଼ାଣ ଭରିଥିଲା । ଏହି ଦାବି ପାଇଁ ବିବି ଊର୍ଦ୍ଦୁ ଅଧିକ ପ୍ରମାଣ ଦେଇ କହିଛି ଯେ ୨୦୨୨-୨୩ ଆର୍ôଥକ ବର୍ଷରେ ଦେଶର ଅସ୍ତ୍ରଶସ୍ତ୍ର ରପ୍ତାନି ୩ ହଜାର ପ୍ରତିଶତ ବୃଦ୍ଧି ପାଇଥିବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନର ତଥ୍ୟ ମଧ୍ୟ ଦର୍ଶାଇଛି । ଏଥିରେ କୁହାଯାଇଛି, ୨୦୨୧-୨୨ରେ ପାକିସ୍ତାନ ୧୩ ନିୟୁତ ଡଲାରର ଅସ୍ତ୍ରଶସ୍ତ୍ର ରପ୍ତାନି କରିଥିବା ବେଳେ ୨୦୨୨-୨୩ରେ ଏହି ରପ୍ତାନି ୪୧୫ ନିୟୁତ ଡଲାରରେ ପହଞ୍ଚିଛି ।
ପୂର୍ବରୁ ମିଳିଥିବା ଖବର ଅନୁୟାୟୀ, ୟୁକ୍ରେନ ବ୍ୟବହାର କରିବାକୁ ଥିବା ଗୁପ୍ତ ପାକିସ୍ତାନୀ ଅସ୍ତ୍ରଶସ୍ତ୍ର ଆମେରିକାକୁ ବିକ୍ରି କରିବା ଫଳରେ ଆର୍ôଥକ ସଙ୍କଟରେ ଥିବା ଇସ୍ଲାମାବାଦକୁ ଚଳିତ ବର୍ଷ ଆରମ୍ଭରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ରୁ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ôଥକ ସହାୟତା ମିଳିପାରିଛି । ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମୁମତାଜ ଜାହରା ବାଲୋଚ ଏହି ସୂଚନା ଦେଇଛନ୍ତି, ତଥାପି, ଏହି ରିପୋର୍ଟକୁ “ଭିତ୍ତିହୀନ ଏବଂ ମନଗଢ଼ନ୍ତ” ଭାବେ ପ୍ରତ୍ୟାଖ୍ୟାନ କରାୟାଇଛି ଯେଉଁଥିରେ କୁହାୟାଇଛି ଯେ ଅର୍ଥ ସଙ୍କଟରେ ଥିବା ଦେଶଟି ଋଣ ଖିଲାପକୁ ଏଡ଼ାଇବା ପାଇଁ ଜୁନ୍ ଶେଷ ସୁଦ୍ଧା ଆଇଏମ୍ଏଫ୍ ସହିତ ୩ ବିଲିୟନ୍ ଡଲାର୍ ଚୁକ୍ତି କରିବା ପାଇଁ ଆମେରିକାକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲା । ଏହାକୁ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ମୁମତାଜ୍ ଜାହରା ବଲୋଚ୍ ପ୍ରତ୍ୟାଖ୍ୟାନ କରି ଏହି ରିପୋର୍ଟକୁ ଭିତ୍ତିହୀନ ଏବଂ ମନଗଢ଼ନ ବୋଲି କହିଛନ୍ତି । ବଲୋଚ୍ କହିଛନ୍ତି ଆର୍ଥିକ ସଂକଟରେ ଥିବା ପାକିସ୍ତାନ ଋଣ ଖିଲାପୀ ଏଡ଼ାଇବା ପାଇଁ ଜୁନ୍ ଶେଷସୁଦ୍ଧା ଆଇଏମ୍ଏଫ୍ ସହିତ ୩ ନିୟୁତ ଡଲାରର ଚୁକ୍ତି କରିବା ନିମନ୍ତେ ଆମେରିକାରକୁ ଅସ୍ତ୍ରଶସ୍ତ୍ର ବିକିଥିଲା ।