17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଆମେରିକାକୁ ନାଲି ଆଖି ଦେଖାଇଲା ପାକିସ୍ତାନ

ଆମେରିକାକୁ ନାଲି ଆଖି ଦେଖାଇଲା ପାକିସ୍ତାନ

ଇସଲାମାବାଦ: ଆମେରିକାକୁ ନାଲି ଆଖି ଦେଖାଇ ପାକିସ୍ତାନ ଏହାର ନିର୍ଦ୍ଦେଶ ଗ୍ରହଣ କରିବାକୁ ମନା କରିଦେଇଛି । ଘଟଣା ହେଲା, ଆମେରିକା ଏହାର ଏକ ବିବୃତ୍ତିରେ କହିଛି ଯେ ପାକିସ୍ତାନର ସାଧାରଣ ନିର୍ବାଚନରେ ହୋଇଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ନିରପେକ୍ଷତା ଏବଂ ସ୍ୱଚ୍ଛତା ସହ ଅନୁସନ୍ଧାନ କରାଯିବା ଉଚିତ । ବର୍ତ୍ତମାନ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରିଛି ଏବଂ ଆମେରିକାର ନିର୍ଦ୍ଦେଶକୁ ଗ୍ରହଣ କରିବାକୁ ମନା କରିଦେଇଛି ଏବଂ କହିଛି ଯେ କୌଣସି ଦେଶ ପାକିସ୍ତାନକୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ । ଶୁକ୍ରବାର ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମମତାଜ ଜାହରା ବାଲୋଚ କହିଛନ୍ତି ଯେ କୌଣସି ଦେଶ ପାକିସ୍ତାନକୁ ନିର୍ଦ୍ଦେଶ ଦେଇ ପାରିବେ ନାହିଁ । ପାକିସ୍ତାନ ଏକ ସ୍ୱାଧୀନ ଏବଂ ସାର୍ବଭୌମ ରାଷ୍ଟ୍ର ।

ମମତାଜ ଜାହରା ବାଲୁଚ କହିଛନ୍ତି ଯେ ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ନିଷ୍ପତ୍ତି ନେବାକୁ ଆମର ଅଧିକାର ଅଛି । ସୂଚନାଯୋଗ୍ୟ, ଫେବୃଆରୀ ୮ ରେ ପାକିସ୍ତାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଠକେଇ ଅଭିଯୋଗ ରହିଛି । ନିର୍ବାଚନରେ ଠକେଇ ଅଭିଯୋଗରେ ଇମ୍ରାନ ଖାନଙ୍କ ଦଳ ଗୁରୁତର ଅଭିଯୋଗ ଆଣିଛି । ନିକଟରେ ଯେତେବେଳେ ଆମେରିକାର ବୈଦେଶିକ ବିଭାଗକୁ ଏହି ବିଷୟରେ ଏକ ପ୍ରଶ୍ନ ପଚରାଗଲା, ସେତେବେଳେ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମ୍ୟାଟ ମିଲର କହିଛନ୍ତି ଯେ ନିର୍ବାଚନରେ କୌଣସି ଠକେଇର ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ନିରପେକ୍ଷତା ସହିତ ଅନୁସନ୍ଧାନ କରାଯିବା ଉଚିତ । ଅନ୍ୟ ଏକ ବିବୃତ୍ତିରେ ମ୍ୟାଟ ମିଲର ଏହା ମଧ୍ୟ କହିଛନ୍ତି ଯେ ପାକିସ୍ତାନ ନିର୍ବାଚନରେ ହୋଇଥିବା ଅଭିଯୋଗକୁ ନେଇ ଆମେ ଚିନ୍ତିତ ଏବଂ ଏହି ଘଟଣାର ଶୀଘ୍ର ଏବଂ ସଠିକ ଭାବରେ ଅନୁସନ୍ଧାନ କରାଯାଉ ବୋଲି ଆମେ ଚାହୁଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking