35.3 C
Bhubaneswar
Saturday, April 11, 2026
Homeଓଡିଶାପାକିସ୍ତାନ ଲିଙ୍କ: ଯୁବକଙ୍କୁ ଉଠାଇନେଲା ପୋଲିସ

ପାକିସ୍ତାନ ଲିଙ୍କ: ଯୁବକଙ୍କୁ ଉଠାଇନେଲା ପୋଲିସ

ଭୁବନେଶ୍ୱର: ରାଜଧାନୀରୁ ଜଣେ ଆତଙ୍କବାଦୀ ଗିରଫ। ୟୁନିଟ୍‌-୬ ଅଞ୍ଚଳରୁ ଏହି ଆତଙ୍କୀକୁ ଗିରଫ କରିଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ। ଗିରଫ କରାଯିବା ପରେ ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରି ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇଛି। ଏହି ଘଟଣା ପରେ ଅଧିକ ସତର୍କ ହୋଇଛି କମିଶନରେଟ୍‌ ପୁଲିସ୍ । ଏହି ଯୁବକ ଜଣଙ୍କ କିଛି ମାସ ହେବ ୟୁନିଟ୍‌-୬ ଅଞ୍ଚଳର ଏକ ଭଡ଼ା ଘରେ ରହୁଥିଲା । ସେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେଶଦ୍ରୋହମୂଳକ ସ୍ଲୋଗାନ ପୋଷ୍ଟ କରୁଥିଲା । ଏହା ବାବଦରେ ଯବୁକଙ୍କ ପାଖକୁ ବିଭିନ୍ନ ସୂତ୍ରରୁ ଟଙ୍କା ଆସୁଥିଲା । ଏହି ଯୁବକ ଜଣଙ୍କ କେଉଁ ଉଦ୍ଦେଶ୍ୟରେ ଏପରି ଦେଶଦ୍ରୋହ କାମ କରୁଥିଲେ ତାହାର ଖୋଲତାଡ଼ କରିବ ଦିଲ୍ଲୀ ପୁଲିସ୍ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking