26.1 C
Bhubaneswar
Friday, March 27, 2026
Homeଦେଶ ବିଦେଶ୩ହଜାର ଶିଖ୍ ତୀର୍ଥଯାତ୍ରୀଙ୍କୁ ଭିସା ଦେଲା ପାକିସ୍ତାନ

୩ହଜାର ଶିଖ୍ ତୀର୍ଥଯାତ୍ରୀଙ୍କୁ ଭିସା ଦେଲା ପାକିସ୍ତାନ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିସନ ଭାରତର ୩ ହଜାରରୁ ଅଧିକ ଶିଖ୍ ତୀର୍ଥଯାତ୍ରୀଙ୍କୁ ଭିସା ପ୍ରଦାନ କରିଛନ୍ତି। ପାକିସ୍ତାନ ହାଇକମିଶନ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ପୋଷ୍ଟ କରି ଏ ନେଇ ସୂଚନା ଦେଇଛନ୍ତି । ଗୁରୁ ନାନକ ଜୟନ୍ତୀ ଅବସରରେ ପାକିସ୍ତାନରେ ହେବାକୁ ଥିବା ଭବ୍ୟ ଉତ୍ସବରେ ଏହି ତୀର୍ଥଯାତ୍ରୀମାନେ ଅଂଶଗ୍ରହଣ କରିବେ। ଏହି ସମାରୋହ ୧୪ରୁ ୨୩ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଚାଲିବ। ଗୁରୁ ନାନକ ଜୟନ୍ତୀ ଶିଖ୍ ସମ୍ପ୍ରଦାୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ। ଚଳିତ ବର୍ଷ ନଭେମ୍ବର ୧୫ରେ ଗୁରୁ ନାନକ ଜୟନ୍ତୀ ପାଳିତ ହେବ। ଏହି ଅବସରରେ ଦାୟିତ୍ୱରେ ଥିବା ରାଷ୍ଟ୍ରଦୂତ ସାଦ ଅହମ୍ମଦ ୱାରାଇଚ୍ ଖୁସି ବ୍ୟକ୍ତ କରିବା ସହ ତୀର୍ଥଯାତ୍ରୀଙ୍କ ସଫଳ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ଏସବୁ ମଧ୍ୟରେ ଭିସା ମିଳିଥିବା ଏହି ୩ହଜାର ଶିଖ୍ ଶ୍ରଦ୍ଧାଳୁଙ୍କୁ ପାକିସ୍ତାନ ଆସିବା ସମୟରେ ଆମେରିକୀୟ ଡଲାର ଆଣିବା ପାଇଁ ପାକିସ୍ତାନ ସରକାର ଦେଇଥିବା ପରାମର୍ଶ ଯୋଗୁଁ ଅନେକ ଶ୍ରଦ୍ଧାଳୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ପାକିସ୍ତାନ ପକ୍ଷରୁ ପ୍ରକୃତ କେତେ ଭିସା ଜାରି କରାଯାଇଛି ସେନେଇ ଭାରତ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ। ପାକିସ୍ତାନ ଗସ୍ତରେ ଆସୁଥିବା ଭାରତୀୟ ଶିଖ୍ ତୀର୍ଥଯାତ୍ରୀମାନେ ଡେରା ସାହିବ, ପଞ୍ଜା ସାହିବ, ନାନକାନା ସାହିବ ଏବଂ କରତାରପୁର ସାହିବ ବୁଲିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking