ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଛନ୍ତି, ଏବେ ସେ କ୍ଷମତାରୁ ହଟିବା ପରେ ଆମେରିକା ପ୍ରଶାସନକୁ ଦୋଷ ଦେଉ ନାହାନ୍ତି। ସେ କହିଛନ୍ତି, ଆମେରିକା ସହିତ ଆମର ସମ୍ପର୍କ ଚାକର ଓ ମାଲିକ ଭଳି ରହିଛି। ପାକିସ୍ତାନକୁ ଭଡା ବନ୍ଧୁକ ଭଳି ବ୍ୟବହାର କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଯିଏକି ଲଗାତାର ଏହି ପ୍ରଚାର କରିଛନ୍ତି ଯେ, ବିଦେଶୀ ଷଡଯନ୍ତ୍ର କାରଣରୁ ତାଙ୍କୁ ହଟାଇ ଦିଆଯାଇଛି। ଏବେ ସେ ଓ୍ବାଶିଂଟନ୍ ଓ ଇସଲାମାବାଦ ଭିତରେ ଏକ ‘ଗାରିମାପୂର୍ଣ୍ଣ’ ସମ୍ପର୍କ ଚାହାନ୍ତି।
ଫାଇନାନ୍ସିଆଲ ଟାଇମ୍ସର ରିପୋର୍ଟ ଅନୁସାରେ,କଥିତ ଷଡଯନ୍ତ୍ରରେ ଆମେରିକାର ଭୂମିକା ଉପରେ ନିଜର ପୁରୁଣା ଟିପ୍ପଣୀ ନେଇ ଇମ୍ରାନ୍ କହିଛନ୍ତି, ଯେଉଁ ପର୍ୟ୍ୟନ୍ତ ମୋର ପ୍ରଶ୍ନ,ଏହା ଶେଷ ହୋଇଯାଇଛି, ଏହା ମୋ ପାଇଁ ଏବେ ପୁରୁଣା କଥା।’ ଇମାନ୍ କହିଛନ୍ତି,ଆମେରିକା ସହିତ ଆମର ସମ୍ପର୍କ ମାଲିକ ଓ ଚାକର ଭଳି ରହିଛି। ଆମକୁ ଭଡାରେ ବନ୍ଧୁକ ଭଳି ବ୍ୟବହାର କରାଯାଇଛି। କିନ୍ତୁ ଏଥିପାଇଁ ମୁଁ ଆମେରିକାଠାରୁ ଅଧିକ ନିଜର ସରକାରଙ୍କୁ ଦାୟୀ କରୁଛି।’ ରୁଷ ପକ୍ଷରୁ ୟୁକ୍ରେନ୍ ଉପରେ ଆକ୍ରମଣ କରିବାର ପୂର୍ବ ସନ୍ଧ୍ୟାରେ ଇମ୍ରାନ୍ ଖାନ୍ ମସ୍କୋ ଯାତ୍ରା କରିଥିଲେ। ଇମ୍ରାନଙ୍କ ମସ୍କୋ ଗସ୍ତକୁ ଯୁଦ୍ଧ ସହିତ ଯୋଡା ଯିବାପରେ ଇମ୍ରାନ୍ ଖାନ୍ କହିଛନ୍ତି, ଏହା ଲଜ୍ୟାଜନକ ଥିଲା। କାରଣ ମାସକ ପୂର୍ବରୁ ତାଙ୍କର ଯାତ୍ରା ଧାର୍ୟ୍ୟ ହୋଇସାରିଥିଲା। ଇମ୍ରାନ୍ ଖାନ୍ ଏହା ମଧ୍ୟ କହିଛନ୍ତି ଯେ, ସେନା ପାକିସ୍ତାନ ପାଇଁ ତାଙ୍କର ଭବିଷ୍ୟତ ଯୋଜନାରେ ରଚନାତ୍ମକ ଭୂମିକା ଗ୍ରହଣ କରିପାରେ। ନାଗରିକ ଓ ସେନା ସମ୍ପର୍କରେ ସନ୍ତୁଳନ ନେଇ ଇମ୍ରାନ୍ କହିଛନ୍ତି, ଆପଣଙ୍କ ପାଖରେ ଏବେ ଏକ ନିର୍ବାଚନ ସରକାର ନାହାନ୍ତି। ଏଭଳି ସମୟରେ ସେନା ପାଖରେ ଲୋକଙ୍କର ବଡ ଦାୟିତ୍ବ ରହିଛି। ନଓ୍ବାଜ ସରିଫଙ୍କ ବିଷୟରେ ଇମ୍ରାନ୍ କହିଛନ୍ତି, ଏହା ପୁରା ପାକିସ୍ତାନ ପାଇଁ ଚିନ୍ତାର ବିଷୟ ଯେ, ସୁପ୍ରିମକୋର୍ଟଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ପାକିସ୍ତାନର ଭବିଷ୍ୟତ ବିଷୟରେ ନିଷ୍ପତ୍ତି ନେବା ପାଇଁ ପ୍ରସ୍ତୁତ ଅଛନ୍ତି,ଯେଉଁଥିରେ ନୂଆ ସେନା ମୁଖ୍ୟଙ୍କ ନିଯୁକ୍ତି ମଧ୍ୟ ରହିଛି।