ୱାଶିଂଟନ୍ : ବର୍ତ୍ତମାନ ଦିନକୁ ଦିନ ସବୁ ଦେଶରେ କିଛି ନା କିଛି ଅସୁବିଧା ଦେଖିବାକୁ ମିଳୁଛି । ଯାହା କି କୋଭିଡ ଆସିବା ପରଠାରୁ ଦେଖାଯାଇଛି କିନ୍ତୁ ଏହାରି ଭିତରେ ବି ଆତଙ୍କବାଦୀମାନେ ମଧ୍ୟ ନିଜର ଯୋଜନା ବନେଇବାରେ ଲାଗିଛନ୍ତି । ଯାହା ଉପରେ କଡା ନଜର ରଖୁଛନ୍ତି ପ୍ରାୟ ସବୁ ଦେଶ କିନ୍ତୁ ଏହି ଆତଙ୍କବାଦର ଆରମ୍ଭ ଯେଉଁଠୁ ହୋଇଛି ତାକୁ ମୂଳରୁ ଖତମ କରିବା ପାଇଁ ଚାହୁଁଛନ୍ତି ଶକ୍ତିଶାଳୀ ଦେଶମାନେ । ତେଣୁ ଆତଙ୍କବାଦୀଙ୍କ ଉପରେ ସବୁବେଳେ ନିଜର ତିଖ୍ଣ ନଜର ରଖୁଥିବା ଦେଶ ଆମେରିକା ଆତଙ୍କବାଦୀର କାର୍ଯ୍ୟକଳାକୁ ନେଇ ପାକିସ୍ତାନକୁ ଦୋଷ ଦେଇଛି ।
ଆମେରିକା ବୈଦେଶିକ ବିଭାଗ , ଆତଙ୍କବାଦ ଉପରେ ଏକ ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରିଛି । ଯେଉଁ ରିପୋର୍ଟରେ ପାକିସ୍ତାନକୁ ଆମେରିକା କଡା ଜବାଜ ଦେଇଛି । ଆମେରିକା ବୈଦେଶିକ ବିଭାଗ, କଂଗ୍ରେସକୁ କହିଛି ଯେ, ପାକିସ୍ତାନ ନିଜ ଅଞ୍ଚଳ ଠାରୁ ବାହାରେ ଥିବା ସବୁ ସକ୍ରିୟ ଆତଙ୍କବାଦୀ ସମୂହକୁ ଶେଷ କରିବାରେ ବିଫଳ ହୋଇଛି । ବୈଦେଶିକ ବିଭାଗ ଏହା କହିଛି ଯେ ପାକିସ୍ତାନ,ଆକଙ୍କବାଦର ମୁକାବଲା କରିବା ପାଇଁ ୨୦୧୫ ମସିହାରେ ରାଷ୍ଟ୍ରୀୟ କାର୍ଯ୍ୟ ଯୋଜନାର ସବୁଠାରୁ କଠିନ ସୋପାନ ଉପରେ ବେଶି କିଛି କରି ପାରି ନାହିଁ । ଲାହୋରର ଏକ ଆତଙ୍କବାଦ ବିରୋଧୀ ଅଦାଲତ ଫେବୃୟାରୀ ଓ ନଭେମ୍ବର ମାସରେ ଲକ୍ସର –ଇ-ତୈବାର ସଂସ୍ଥାପକ ହାଫିଜ ସଇଦକୁ ଅନେକ ସ୍ଥାନରେ ଘଟିଥିବା ବିସ୍ଫୋରଣ ପାଇଁ ଦୋଷୀ ସାବ୍ୟସ୍ତ କରିଥିଲା ଏବଂ ତାକୁ ପାଞ୍ଚ ବର୍ଷ ଓ ୬ ମାସ ଜେଲ ହୋଇଥିଲା । ତେବେ ଆମେରିକା ବୈଦେଶିକ ବିଭାଗ କହିଛି ଯେ ସେହି ସମୟରେ ପାକିସ୍ତାନ ଜୈସ-ଓ-ମୋହମ୍ମଦର ସଂସ୍ଥାପକ ମସୁଦ ଅଜହର ଓ ଲକ୍ସରର ସାଜିଦ ମୀର ଭଳ ଅନ୍ୟ ଆତଙ୍କବାଦୀ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିନଥିଲା । ଯେଉଁମାନେ କି ୨୦୦୮ ମସିହାରେ ହୋଇଥିବା ମୁମ୍ବାଇ ଆତଙ୍କବାଦୀ ବିସ୍ଫୋରଣର ସଡଯନ୍ତ୍ରରେ ସାମିଲ ଥିଲେ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ପାକିସ୍ତାନ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା କରିବା ପ୍ରକ୍ରିୟାରେ ସକାରାତ୍ମକ ଯୋଗଦାନ ଦେଇଛି । ଯେମିତିକି ତାଲିବାନକୁ ହିଂସା କମ କରିବା ପାଇଁ ପ୍ରୋତ୍ସାହନ ଦେବା । ପାକିସ୍ତାନ ୨୦୨୦ ମସିହାରେ ନିଜର ଫାଇନାନ୍ସିଆଲ ଆକ୍ସନ ଟ୍ୟାକ୍ସ ଫୋର୍ସ(ଏଫଏଟିଏଫ) କାର୍ଯ୍ୟ ଯୋଜନାକୁ ପୁରା କରିବାରେ ଆଗେଇଛି କିନ୍ତୁ ହୋଇଥିବା ସବୁ କର୍ଯ୍ୟ ଯୋଜନାକୁ ପୁରା କରିନାହିଁ ଓ ଏଫଏଟିଏଫର ଗ୍ରେ ସୁଚିରେ ହିଁ ରହିଛି ।