21.1 C
Bhubaneswar
Friday, December 19, 2025
Homeଦେଶ ବିଦେଶରଙ୍ଗ ବଦଳେଇଲା ପାକିସ୍ତାନ

ରଙ୍ଗ ବଦଳେଇଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ଥାନ ଅଧିକୃତ କାଶ୍ମୀର(ପିଓକେ)ରେ ଏକ ଭାରତ ବିରୋଧି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା ଆତଙ୍କୀ ସଂଗଠନ ହମାସର ଜଣେ ପ୍ରତୀନିଧିଙ୍କୁ ଜୈସ-ଇ-ମହମ୍ମଦ ଓ ଲସ୍କର-ଇ-ତୋଇବାର ଆତଙ୍କବାଦୀମାନେ ଭିଆଇପି ଆତିଥ୍ୟତା ପ୍ରଦାନ କରିଛନ୍ତି। ଏନେଇ ଏକ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ହମାସର ମୁଖ୍ୟ ରାୱଲକୋଟେ ଅଞ୍ଚଳରେ ଥିବା ସହୀଦ ସବୀର ଷ୍ଟାଡିୟମକୁ ଏକ ବିଳାସପୂର୍ଣ୍ଣ ଏସୟୁଭି ଗାଡିରେ ପ୍ରବେଶ କରୁଥିବା ସମୟରେ ତାଙ୍କ ଚାରିପାଖେ ଜୈସ ଓ ଲସ୍କର ସଂଗଠନର ଆତଙ୍କୀ ମାନେ ମଟରସାଇକେଲ ଓ ଘୋଡା ନେଇ ଯାତ୍ରା କରୁଥିବା ଦେଖାଯାଇଛି। ଅନ୍ୟ ଏକ ଭିଡିଓରେ ଜୈସ ଓ ଲସ୍କର ସଂଗଠନର ଆତଙ୍କବାଦୀମାନେ ହମାସର ପତାକା ଧରି ବାଇକ ଓ ଘୋଡାରେ ରାଲି କରୁଥିବା ଦେଖାଯାଇଛି। ସୂଚନା ମୁତାବକ ହମାସ ଏକ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହୋଇଥିବା ବେଳେ ପ୍ରଥମ ଥର ପାଇଁ ପାକିସ୍ତାନରେ ହେଉଥିବା କୌଣସି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛି। ପିଓକେରେ ହେଉଥିବା ବାର୍ଷିକ କାର୍ଯ୍ୟକ୍ରମ ‘କାଶ୍ମୀର ସଂହତୀ ଦିବସ’ରେ ଯୋଗ ଦେବା ଅବସରରେ ହମାସ ନେତାଙ୍କ ଉପରେ ପୁଷ୍ପବୃଷ୍ଟି ମଧ୍ୟ କରାଯାଇଥିଲା।

ଭାରତ ବିରୋଧି କାର୍ଯ୍ୟକୁ ସମର୍ଥନ କରିବା ପାଇଁ ପାକିସ୍ତାନ ପ୍ରତିବର୍ଷ ‘କାଶ୍ମୀର ସଂହତୀ ଦିବସ’ ପାଳନ କରିଥାଏ। ଚଳିତବର୍ଷ ଫ୍ରେବୃୟାରି ୫ ତାରିଖରେ ଏହି ସମ୍ମିଳନୀ ଆନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ପ୍ରମୁଖ ଆତଙ୍କୀ ନେତା ତାହ୍ଲା ସୈଫ, ଜୈସ-ଇ-ମହମ୍ମଦର ମୁଖିଆ ମସୁଦ ଅଜହର ଓ ଜୈସ କମାଣ୍ଡର ଅସଘର ଖାନ କାଶ୍ମୀରି ଯୋଗଦେଇଥିଲେ। ଏହି ସମ୍ମିଳନୀରେ ହମାସର ପ୍ରତିନିଧି ସ୍ୱରୁପ ଡ. ଖଲିଦ ଅଲ-କାଦୌମି ଯୋଗ ଦେଇଥିଲେ। ତେବେ ମଧ୍ୟପ୍ରାଚ୍ୟରେ ସୀମିତ ଥିବା ଆତଙ୍କୀ ସଂଗଠନ ପାକିସ୍ତାନି କାର୍ଯ୍ୟକ୍ରମରେ ଯୋଗ ଦେବା ସମସ୍ତଙ୍କୁ ବିସ୍ମିତ କରିଛି। ତେବେ ଭବିଷ୍ୟତରେ ହମାସ ନିଜକୁ ବଢାଇବାର ଲକ୍ଷ୍ୟ ରଖି ପାକିସ୍ତାନ ଆତଙ୍କୀ ସଂଗଠନ ସହ ଘନିଷ୍ଠତା ବଢାଉଛି ବୋଲି ଅନୁମାନ କରାଯାଉଛି। ସୂଚନା ଅନୁଯାୟି ପୂର୍ବରୁ ହମାସର ଅନେକ ନେତା ଭାରତ କାଶ୍ମୀର ଅଞ୍ଚଳରେ ମାନବାଧିକାର ଉଲଘଂନ କରୁଛି ବୋଲି କହିଛନ୍ତି। ତେବେ ମିଳିଥିବା ଗୁଇନ୍ଦା ସୂଚନାନୁଯାୟି ହମାସ ଦକ୍ଷିଣ ଏସିଆରେ ବିଭିନ୍ନ ଆତଙ୍କୀ ସଂଗଠନ ସହ ସମ୍ପର୍କ ଯୋଡିବାରେ ଲାଗିଛି। ଯାହା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking