23.1 C
Bhubaneswar
Saturday, March 22, 2025
Homeଦେଶ ବିଦେଶଟି-ସାର୍ଟ ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ଟି-ସାର୍ଟ ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ହୃଦୟ ଥରାଇଦେବା ଭଳି ଏକ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ୩୦୦ ଟଙ୍କିଆ ଟି-ସାର୍ଟକୁ ନେଇ ଆରମ୍ଭ ହୋଇଥିବା ବିବାଦ ପାଇଁ ଦୁଇଜଣ ନିଜ ୨୯ ବର୍ଷିୟ ସାଙ୍ଗକୁ ହତ୍ୟା କରିଛନ୍ତି। ସୂଚନା ମୁତାବକ, ଏହି ଘଟଣା ଗତ ରବିବାର ଶାନ୍ତିନଗର ଅଞ୍ଚଳରେ ଘଟିଛି। ଅକ୍ଷୟ ଆସୋଲେ ନାମକ ଜଣେ ଶୁଭମ ହାର୍ଣ୍ଣେଙ୍କ ନିକଟରୁ ଅନଲାଇନରୁ ଏକ ଶାର୍ଟ ଅର୍ଡର କରିଥିଲେ। ପରେ ଶାର୍ଟଟି ଅକ୍ଷୟଙ୍କୁ ଫିଟ୍ ନହେବାରୁ ସେ ଶୁଭମଙ୍କୁ ତାଙ୍କ ୩୦୦ଟଙ୍କା ଫେରାଇବା ପାଇଁ କହିଥିଲେ। କିନ୍ତୁ ଶୁଭମ ଶାର୍ଟଟିକୁ ଫେରସ୍ତ ନେବାକୁ ସିଧାସଳଖ ମନା କରିଦେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଯାଇଥିଲା। ଅକ୍ଷୟ ଓ ଶୁଭମଙ୍କ ମଧ୍ୟରେ ଧିରେଧିରେ ବଚସା ବଢିବାରେ ଲାଗିଥିଲା। ଶୁଭମ ଅକ୍ଷୟଙ୍କୁ ଗାଳିଦେବା ସହ ତାଙ୍କ ମୁହଁରେ ପଇସା ଫିଙ୍ଗିଦେଇଥିଲେ। ଆଉ ଏ ଅପମାନରେ ଅକ୍ଷୟ ସେ ଜାଗା ଛାଢି ଚାଲିଯାଇଥିଲେ। ଏହା ପରେ ଅକ୍ଷୟ ସିଧାଯାଇ ନିଜ ଘରେ ପହଞ୍ଚିଥିଲେ। ପୂର୍ବରୁ ଘରେ ଥିବା ତାଙ୍କ ଭାଇ ପ୍ରୟାଗ ଆସୋଲେଙ୍କୁ ସବୁ ଘଟଣା ବିଷୟରେ ଜଣେଇଥିଲେ। ଏହା ଶୁଣି ରକ୍ତମୁଖା ହୋଇପଡିଥିଲେ ପ୍ରୟାଗ।

ପ୍ରତିଶୋଧ ନେବାପାଇଁ ଦୁଇଭାଇ ମଦ ପିଇ ଶୁଭମଙ୍କ ନିକଟରେ ପହଞ୍ଚିଥିଲେ। ଶୁଭମ କିଛି ବୁଝିବା ପୂର୍ବରୁ ଦୁଇଭାଇ ସାଙ୍ଗରେ ଆଣିଥିବା ଧାରୁଆ ଅସ୍ତ୍ରରେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଶୁଭମ ଘଟଣାସ୍ଥଳରେ ପ୍ରଣତ୍ୟାଗ କରିଥିଲେ। ଏହି ଘଟଣାରେ ସାମିଲ ସମସ୍ତ ତିନି ଜଣ ସାଙ୍ଗ ଥିଲେ। ତେବେ ସେମାନଙ୍କ ମଧ୍ୟରେ ଟଙ୍କା କାରବାରକୁ ନେଇ ବିବାଦ ରହିଥିଲା। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଦୁଇଜଣ ହତ୍ୟାକାଣ୍ଡ ସମୟରେ ପ୍ରଚୁର ମଦ୍ୟପାନ କରିଥିଲେ। ତେବେ ଏ ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଭାଇଙ୍କୁ ଗିରଫ କରିବା ସହ ମୃତଦ୍‌ହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ବୋଲି ନାଗପୁରର ପୋଲିସ ଡିଏସପି ମେହେକ ସ୍ୱାମି ସୂଚନା ପ୍ରଦାନ କରିଛନ୍ତି। ହତ୍ୟାକାଣ୍ଡ ଘଟାଇଥିବା ଦୁଇଭାଇଙ୍କ ବିରୁଦ୍ଧରେ ପୂର୍ବରୁ ମଧ୍ୟ ଥାନାରେ ବିଭିନ୍ନ ମାମଲା ରହିଛି। ୨୦୧୨ରେ ଚୋରି ଓ ୨୦୧୫ରେ ରାତିରେ ସନ୍ଦେହଜନକ ଅବସ୍ଥାରେ ବୁଲିବା ପାଇଁ ସେମାନଙ୍କୁ ଗିରଫ କରାଯାଇଥିଲା। ତେବେ ଏହି ଘଟଣା ପାଇଁ ଉଭୟଙ୍କୁ ପୋଲିସ ହେପାଜତକୁ ନେବା ସହ ଏନେଇ ଘଟଣାର ଛାନଭିନ ଚାଲିଛି ବୋଲି ପୋଲିସ ସୁଚନା ପ୍ରଦାନ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking