27.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଚାଷ କରିବେ ପାକିସ୍ତାନୀ ସେନା

ଚାଷ କରିବେ ପାକିସ୍ତାନୀ ସେନା

ପାକିସ୍ତାନ: ପାକିସ୍ତାନ ସେନା ସାଜିବ ଅନ୍ନଦାତା। ଦେଶ ଘୋର ଆର୍ଥିକ ସଂକଟ ଓ ଖାଦ୍ୟାଭାବର ସମ୍ମୁଖୀନ ହେଉଥିବା ବେଳେ ଚାଷ କରି ଜନତାଙ୍କୁ ଖାଦ୍ୟ ଯୋଗାଇବାକୁ ସେନାର ଉଦ୍ୟମ।ପ୍ରାୟ ୧୦ ଲକ୍ଷ ଏକର ଜମିରେ ଚାଷ କରିବା ଲାଗି ସେନା ଯୋଜନା କରିଛି। ଏ ନେଇ ପାକିସ୍ତାନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ଏଭଳି ନିଷ୍ପତ୍ତି ପଛରେ ପାକିସ୍ତାନ ସେନାର ପ୍ରକୃତ ଉଦ୍ଦେଶ୍ୟ କଣ ରହିଛି ତାକୁ ନେଇ ବଢିଛି ଆଶଙ୍କା। କାରଣ ଶାସନ ବ୍ୟବସ୍ଥା ଉପରେ ବାରମ୍ବାର କବ୍ ଜା କରୁଥିବା ସେନା ଦେଶର ଅର୍ଥବ୍ୟବସ୍ଥା ଉପରେ କବ୍ ଜା କରିବାକୁ ମସୁଧା କରିନି ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।…

ଆର୍ଥିକ ସଙ୍କଟ ସାଙ୍ଗକୁ ଘୋର ଖାଦ୍ୟଭାବ। ସଦ୍ୟତମ ରିପୋର୍ଟ ଅନୁସାରେ ଏବେ ୪୦ ପ୍ରତିଶତ ପାକିସ୍ତାନୀ ଦାରିଦ୍ର୍ୟ ସୀମା ରେଖା ତଳେ। ବିଦେଶୀ ଅର୍ଥ ଭଣ୍ଡାର ଖାଲି। ଶିଳ୍ପ, କୃଷି ଓ ବାଣିଜ୍ୟ ସବୁଠି ହାହାକାର ସ୍ଥିତି। ତେବେ ଘୋର ଦାରିଦ୍ର୍ୟରୁ ଦେଶବାସୀଙ୍କୁ ମୁକ୍ତି ଦେବା ଉଦ୍ଦେଶ୍ୟରେ ପାକିସ୍ତାନ ସେନାର ନୂଆ ଯୋଜନା। ଏଣିକି ଫସଲ ଉତ୍ପାଦନ କରିବ ସେନା। ଏଥିଲାଗି ପଞ୍ଜାବ ପ୍ରଦେଶର ୧୦ ଲକ୍ଷ ଏକର ସେନା ଅଧୀନକୁ ଯିବ। ଏମିତିକି ସରକାରୀ ଜମିକୁ ସେନା ନିଜ ନିୟନ୍ତ୍ରଣକୁ ନେବା ଆରମ୍ଭ କରିଛି। ପାକିସ୍ତାନ ଗଣମାଧ୍ୟ ରିପୋର୍ଟ ଅନୁଯାୟୀ ୨୦୨୪ରୁ ପାକିସ୍ତାନରେ ନୂଆ ଖାଦ୍ୟ ସୁରକ୍ଷା ଅଭିଯାନ ଆରମ୍ଭ ହେବ। ନାଗରିକ-ସାମରିକ ନିବେଶ ସଂସ୍ଥା ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ। ସେନାକୁ ସମର୍ଥନ କରୁଥିବା କିଛି ଲୋକ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି।

ରିପୋର୍ଟ ଅନୁଯାୟୀ ଫସଲ ବିକ୍ରି ଲାଭର ୨୦ ପ୍ରତିଶତ କୃଷି, ଅନୁସନ୍ଧାନ ଏବଂ ବିକାଶ ଲାଗି ରଖାଯିବ। ଅବଶିଷ୍ଟ ଅଂଶକୁ ସେନା ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମାନ ଭାବେ ବଣ୍ଟାଯିବ। ତେବେ ଚାଷରେ ସେନାର ହସ୍ତକ୍ଷେପ ଅନେକଙ୍କ ମନରେ ସନ୍ଦେହ ଜନ୍ମାଇଛି।…କାରଣ ପାକିସ୍ତାନ ସେନା ନିୟମିତ ଦେଶର ଶାସନ ବ୍ୟବସ୍ଥାରେ ହସ୍ତକ୍ଷେପ କରିଆସିଛି।

ସେହିପରି ଦେଶର ୫୦ରୁ ଅଧିକ ଆର୍ଥିକ ସଂଗଠନ ଓ ଶିଳ୍ପ ସଂସ୍ଥା ପାକିସ୍ତାନ ସେନା ନିୟନ୍ତ୍ରଣରେ ରହିଛି। ତେଣୁ କୃଷି କ୍ଷେତ୍ରରେ ସେନା ପ୍ରବେଶ କରିବା ଦ୍ବାରା କୃଷକଙ୍କ ସ୍ୱାର୍ଥହାନୀ ହେବ ବୋଲି ଆଶଙ୍କା କରାଯାଉଛି। ସେହିପରି ଏହାଦ୍ୱାରା ସେନାର ଆଧିପତ୍ୟ ଆହୁରି ବୃଦ୍ଧି ପାଇବ, ଯାହା ଦେଶର ଗଣତନ୍ତ୍ର ପ୍ରତି ଆଦୌ ଶୁଭଙ୍କର ନୁହେଁ। ସେନାର କାମ ବାହ୍ୟ ଶତ୍ରୁଙ୍କ ଠାରୁ ଦେଶକୁ ରକ୍ଷା କରିବା, ଚାଷ କରିବା ନୁହେଁ ବୋଲି ବୁଦ୍ଧିଜୀବୀ
କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking