ଇସଲାମାବାଦ : ପାକିସ୍ତାନ୍ ସେନାକୁ ଚୀନ୍ର ପରିହାସ । ବର୍ତ୍ତମାନ ସମୟରେ ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଖରାପ ହେବାର ଅନେକ ସମ୍ଭାବନା ରହିଛି । ବନ୍ଧୁତ୍ୱର ଦ୍ୱାହି ଦେଉଥିବା ପାକିସ୍ତାନକୁ ପାନେ ମିଳିଛି । ପାକିସ୍ତାନ ସେନାକୁ ଚୀନ୍ ସେନାଙ୍କ ବଳକା ତଥା ଖରାପ ହୋଇସାରିଥିବା ସାମରିକ ଉପକରଣ ଦେବା ଏହାର ମୁଖ୍ୟ କାରଣ ହୋଇପାରେ । ପାକିସ୍ତାନୀ ସେନା ଚୀନ୍ରୁ କିଛି ଅତ୍ୟାଧୁନିକ ସାମରିକ ଅସ୍ତ୍ର ଓ ଡ୍ରୋନ୍ ଆମଦାନୀ କରିଥିଲା ।
ହେଲେ ଚୀନ୍ରୁ ଆସିଥିବା ଅସ୍ତ୍ରଶସ୍ତ୍ର ସମ୍ପୂର୍ଣ୍ଣ ରୂପେ ବେକାର ସାବ୍ୟସ୍ତ ହୋଇଛି, କୌଣସି ବି ଡ୍ରୋନ୍ କାମ କରୁନାହିଁ । ଖରାପ ଅସ୍ତ୍ରଶସ୍ତ୍ର ତଥା ତଥା ନିମ୍ନମାନର ସର୍ଭିସିଂ ଯୋଗୁଁ ପାକିସ୍ତାନୀ ସେନା ରକ୍ଷଣାବେକ୍ଷଣ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭାରତ ବିରୋଧରେ ସାମରିକ ଶକ୍ତି ବଢ଼ାଇବା ପାଇଁ ପାକିସ୍ତାନ୍ ଚୀନ୍ ଠାରୁ ତିନୋଟି ଶକ୍ତିଶାଳୀ ଡ୍ରୋନ୍ କ୍ରୟ କରିଥିଲା । ତେବେ ଦେଶରେ ଚୀନ୍ ଡ୍ରୋନ୍ ପହଞ୍ଚିବା ପରଠାରୁ ହଁ ସେନା ଏହାକୁ ପାକିସ୍ତାନୀ ବାୟୁସେନାରେ ମଧ୍ୟ ସାମିଲ କରିଥିଲା ।
କିନ୍ତୁ କିଛି ଦିନ ମଧ୍ୟରେ ଏହି ମାନବ ବିହୀନ ସଶସ୍ତ୍ର ଡ୍ରୋନ୍ ଖରାପ ହୋଇଯାଇଛି । ତେବେ ନୂଆ ଭାବି ଆମଦାନୀ ଡ୍ରୋନ୍ ଖରାପ ହୋଇଯିବା ପରେ କ୍ରୋଧରେ ଜର୍ଜରିତ ହୋଇ ଫିଙ୍ଗି ଦେଇଛି ପାକ୍ ସେନା । ଜାନୁଆରୀ ୨୦୨୧ରେ ଚାଇନାର ଚେଙ୍ଗଡୁ ବିମାନ ଶିଳ୍ପ ଦ୍ୱାରା ଏହି ଡ୍ରୋନ୍ ଯୋଗାଇ ଦିଆଯାଇଥିଲା ।