ପଠାନକୋଟ୍ : ବିଏସ୍ଏଫ୍ ଯବାନମାନେ ସୋମବାର ରାତିରେ ପଞ୍ଜାବର ପଠାନକୋଟ୍ ଜିଲ୍ଲା ସନ୍ନିକଟ ନିୟନ୍ତ୍ରଣ ରେଖାରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀକୁ ଗୁଳିକରି ହତ୍ୟା କରିଛନ୍ତି ।
ରାତି ୩ଟାରେ ନିୟନ୍ତ୍ରଣ ରେଖା ନିକଟରେ କୌଣସି ବ୍ୟକ୍ତି ସନ୍ଦେହଜନକଭାବେ ବୁଲୁଥିବା ଦେଖି ତାକୁ ଅଟକିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ଦ୍ଦେଶ ଅମାନ୍ୟ କରି ଆଗକୁ ବଢିବାରୁ ଯବାନଙ୍କ ପକ୍ଷରୁ ଗୁଳିଚାଳନା କରାଯାଇଥିଲା ।