27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଅକ୍ସିଜେନ୍‌ କମି ଯିବ , ପାଣି ହୋଇଯିବ ବିଷ …ଆସୁଛି ୬ଷ୍ଠ ପ୍ରଳୟ !

ଅକ୍ସିଜେନ୍‌ କମି ଯିବ , ପାଣି ହୋଇଯିବ ବିଷ …ଆସୁଛି ୬ଷ୍ଠ ପ୍ରଳୟ !

ନୂଆଦିଲ୍ଲୀ :  ପ୍ରଳୟ , ଅନ୍ତ ବା ସାମୂହିକ ବିନାଶ –ଯେବେ ଏକା ସାଥିରେ ସବୁ ପ୍ରକାରର ପ୍ରଜାତି ପୃଥିବୀରୁ ଗାଏବ ହୋଇଯାନ୍ତି , ଏହାକୁ ବୁଝିବା କି ଏହା ମହା ବିନାଶ । ପାଖାପାଖି ୪୪୩ ମିଲିୟନ ବର୍ଷ ପୂର୍ବେ ପ୍ରଥମ ପ୍ରଳୟ ଆସିଥିଲା। ଏହାକୁ ଏଣ୍ଡ୍‌-ଆର୍ଡୋଭିସିୟନ କୁହାଗଲା । ଏହି ସମୟରେ ପୃଥିବୀରେ ଯେତେ ପାଣି ଥିଲା , ସବୁ ବରଫରେ ପରିଣତ ହୋଇଗଲା। ସମୁଦ୍ର ଓ ଏହା ବାହାରେ ଥଣ୍ଡାରେ ଜୀବମାନେ ମରିବାକୁ ଲାଗିଲେ। ଏହି ସମୟରେ ପାଖାପାଖି ୮୬ ପ୍ରଜାତି ଶେଷ ହୋଇଗଲେ। ଆଉ ଯେତିକି ରହିଲେ , ସେମାନେ ନୂଆ କ୍ଲାଇମେଟ୍‌ ଅନୁସାରେ ନିଜକୁ ଖାପଖୁଆଇ ରହିଗଲେ । ୨୦୧୭ ମସିହାର କରେଣ୍ଟ ବାୟୋଲଜି ଜର୍ନଲରେ ଏହି ବିଷୟରେ ବିସ୍ତୃତରେ କୁହାଯାଇଛି।

ଦ୍ୱିତୀୟ ଥର ପ୍ରଳୟ ପାଖାପାଖି ୩୫୯ରୁ ୩୮୦ ମିଲିୟନ ବର୍ଷ ପୂର୍ବେ ଆସିଥିଲା। ପୂରା ସଠିକ୍‌ ତଥ୍ୟ ବୈଜ୍ଞାନିକଙ୍କୁ ବି ଜଣାନାହିଁ। ଏହାକୁ ଏଣ୍ଡ୍‌ ଡେଭୋନିୟନ କୁହାଗଲା। ପୃଥିବୀ ଉପରେ ଆଗ୍ନେୟଗିରି ଗୁଡ଼ିକ ହଠାତ୍ ସକ୍ରିୟ ହୋଇ ଯିବାରୁ ଅକ୍ସିଜେନ ସ୍ତର କମିଗଲା , ପ୍ରଜାତି ସବୁ ଶେଷ ହେବାକୁ ଲାଗିଲା । ଏହା ଏତେ ଭୟାନକ ଥିଲା କି ସେତେବେଳେ ଥିବା ୭୫ ପ୍ରତିଶତରୁ ଅଧିକ ପ୍ରଜାତି ଶେଷ ହୋଇଗଲେ। ଏହି ସମୟରେ ଅନେକ ମାଛ ଓ ପ୍ରବାଳ ଶେଷ ହୋଇଗଲେ। ସବୁଠୁ ଜାଣିବା କଥା ଯେ କମ୍ ଉଚ୍ଚକା ଓ ଓଜନ ଥିଲା ପ୍ରଜାତି ଭଳି ଟେଟ୍ରାପଡ୍‌ ବଞ୍ଚିଗଲେ। ଏଠାରୁ ଏମ୍ଫିବିୟାନ , ରେପ୍ଟାଇଲ  ମାମାଲର ବଣ୍ଟନ ଆରମ୍ଭ ହେଲା।

ଏହେ ୩ୟ ପ୍ରଳୟ କଥା । ଯାହାକୁ ଏଣ୍ଡ ପର୍ମିଅନ କୁହନ୍ତି। ପାଖାପାଖି ୨୫୧ ମିଲିୟନ ବର୍ଷ ପୂର୍ବେ ହୋଇଥିବା ଏହି ସାମୂହିକ ବିନାଶର ଦାୟୀ ସାଇବେରିଆର ଆଗ୍ନେୟଗିରି ଥିଲା। ଏହା ଫାଟିଥିଲା । ସମୁଦ୍ର ଓ ପବନରେ ବିଷ ଓ ଏସିଡ ବ୍ୟାପିବାକୁ ଲାଗିଲା। ଏମିତି ବି ଓଜନ ରନ୍ଧ୍ର ବି ଫାଟିଗଲା। ଏଥିରୁ ବିପଜ୍ଜନକ ୟୁଭି କିରଣ ସବୁ ବାହାରିଲା। ଏହି ସମୟରେ ବାହାରୁଥିବା ରେଡିୟସନରେ ଜଙ୍ଗଲରୁ ଜଙ୍ଗଲ ଜଳି ପାଉଁଶ ହୋଇଗଲା। ଏହି ସମୟରେ ଫଙ୍ଗସ ବ୍ୟତୀତ ଅଧିକାଂଶ ପ୍ରଜାତି ଶେଷ ହୋଇଗଲେ।

ପାଖାପାଖି ୨୧୦ ମିଲିୟନ ବର୍ଷ ପୂର୍ବେ ୪ର୍ଥ ଥର ପୃଥିବୀରେ ପ୍ରଳୟ ଆସିଥିଲା । ଏହାକୁ ଏଣ୍ଡ ଟ୍ରିଏସିକ ସମୟ କୁହାଯାଇଥିଲା । ଏହି ବିନାଶରେ ସେତେବେଳେ ଥିବା ପାଖାପାଖି ୮୦ ପ୍ରଜାତିଙ୍କର ଶେଷ ହୋଇଗଲା । ଡାଇନୋସର ଓ କ୍ରୋକୋଡାଇଲର ପୂର୍ବଜ , ଯାହାକୁ କ୍ରୋକୋଡିଲୋମାଫର୍ସ ନାମ ଦିଆଗଲା।

ଶେଷଥର ୫ମ ସାମୂହିକ ବିନାଶ ଏଣ୍ଡ କ୍ରିଟେଶିଅସ କୁହାଗଲା । ଏହି ସମୟ, ଯେବେ ଡାଇନୋସର  ପୃଥିବୀରୁ ଲୁପ୍ତ ହୋଇଗଲେ। ପାଖାପାଖି ୬୫.୫ ମିଲିୟନ ବର୍ଷ ପୂର୍ବେ ଆସିଥିବା ଏହି ପ୍ରଳୟର ଥିଓରୀରେ ଦୀର୍ଘ ସମୟରୁ ଯୁକ୍ତ ଚାଲିଥିଲା କି ବାସ୍ତବରେ ଏହାର କାରଣ କଣ ଥିଲା । ଏହି ସମୟରେ ଏକ ଆଷ୍ଟରଏଡ୍‌ ପୃଥିବୀ ସହ ଧକ୍କା ହୋଇଥିଲା, ଏହା ସମସ୍ତେ ବିଶ୍ୱାସ କରନ୍ତି, କିନ୍ତୁ ଏହାର ଧକ୍କାରେ କଣ ଅକ୍ସିଜେନ ଶେଷ ହୋଇଗଲା ? ଏହି କାରଣରୁ କଣ ଡାଇନୋସର ଭଳି ଥିବା ମଜବୁତ ପ୍ରଜାତି ଶେଷ ହୋଇଗଲେ ?

ଏବେ ପାଳି ୬ଷ୍ଠ ବିନାଶର , ଯାହାର କଥା ବୈଜ୍ଞାନିକମାନେ କହୁଛନ୍ତି। ଏହା କେମିତି ହେବ ? କାହିଁକି ଓ କେବେ ହେବ ? ନବେ ଦଶକର  ପ୍ରାରମ୍ଭରେ  ପ୍ରସିଦ୍ଧ ଜୀବାସ୍ମ ବୈଜ୍ଞାନିକ ରିଚର୍ଡ ଲିକେ ସତର୍କ  କରିଥିଲେ କି ମଣିଷ ହିଁ ୬ଷ୍ଠ ବିନାଶର କାରଣ ହେବ । ଏହା ଜଣା ଯେ , ଏହା ପୂର୍ବରୁ ଆସି ସାରିଥିବା ବିପତ୍ତି ପ୍ରାକୃତିକ ଥିଲା । କୌଣସି ଜୀବଜନ୍ତୁଙ୍କ କାରଣରୁ ନୁହେଁ । କିନ୍ତୁ ଏହିଥର ବିପଦ ଅଧିକ ,କାରଣ ମାନବର କାର୍ଯ୍ୟକଳାପ ପୃଥିବୀରରୁ ଅକ୍ସିଜେନ ହ୍ରାସ କରୁଛି । ଯାହାକି ମହାବିପତ୍ତିକୁ ଡ଼ାକି ଆଣୁଛି । ଦିନକୁ ଦିନ ମଣିଷ ଅଣନିଶ୍ୱାସୀ ହେବାକୁ ଯାଉଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking