28.1 C
Bhubaneswar
Friday, June 21, 2024
Homeଦେଶ ବିଦେଶଓଲଟିଲା ଟ୍ରାକ୍ଟର ଟ୍ରଲି : ୫ ମୃତ,୧୯ ଆହତ

ଓଲଟିଲା ଟ୍ରାକ୍ଟର ଟ୍ରଲି : ୫ ମୃତ,୧୯ ଆହତ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଦତିଆ ଜିଲ୍ଲାରେ ଘଟିଛି। ଦୁରସଡ଼ା ଥାନା ଅଧିନ ଜୋରା ମୈଥାନା ପାଲିଗାଁ ନିକଟରେ ଟ୍ରାକ୍ଟର ଟ୍ରଲି ଓଲଟିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି। ୧୯ରୁ ଜଣ ଶ୍ରଦ୍ଧାଳୁ ଏହି ଦୁର୍ଘଟଣା ଯୋଗୁଁ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କ ମଧ୍ୟରେ ତିନି ଜଣ ଗୋଟିଏ ପରିବାରର ସଦସ୍ୟ ଥିଲେ, ଯେଉଁଥିରେ ମା-ଝିଅ ସାମିଲ ଅଛନ୍ତି। ଦୁର୍ଘଟଣା ସମୟରେ ଟ୍ରାକ୍ଟରରେ ୩୦ ଜଣ ଶ୍ରଦ୍ଧାଳୁ ଥିଲେ। ସମସ୍ତେ ରତନଗଡ଼ ମାତା ମନ୍ଦିରକୁ ଯାଉଥିଲେ। ଦତିଆ ଆରକ୍ଷୀ ଅଧୀକ୍ଷକ କହିଛନ୍ତି, ଭାଣ୍ଡେର ଥାନା ନିକଟ କୁରେଥା ଓ ମୈଥାନା-ପାଲି ମଝିରେ ଥିବା ଏକ ରାସ୍ତାରେ ଟ୍ରାକ୍ଟରର ଟ୍ରଲି ଓଲଟି ପଡ଼ିଥିଲା। ସୂଚନା ମିଳିବା ପରେ ପୁଲିସ, ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ। ଶ୍ରଦ୍ଧାଳୁମାନେ ଟ୍ରକ୍ଟର ଟ୍ରଲି ତଳେ ଚାପି ହୋଇଯାଇଥିଲେ। ସମସ୍ତଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ବାକି ୧୯ ଜଣଙ୍କର ଚିକିତ୍ସା ଜାରି ରହିଛି। କୁହାଯାଉଛି ଯେ, ଦୀସବାର ଗାଁର ପାଖାପାଖି ୨୦୦ ଲୋକ ରତନଗଡ଼ ମାତା ମନ୍ଦିରକୁ ୬ଟି ଟ୍ରାକ୍ଟରରେ ବାହାରିଥିଲେ। ସମସ୍ତେ ଟ୍ରାକ୍ଟରର ଟ୍ରଲିରେ ବସିଥିଲେ। ଏଥିରୁ ଗୋଟିଏ ଟ୍ରାକ୍ଟର ମୈଥାନ-ପାଲି ରାସ୍ତାରେ ଦୁର୍ଘଟଣାର ସାମ୍ନା କରିଥିଲା। ଟ୍ରାକ୍ଟରର ଏକ ଟ୍ରଲି ଓଲଟି ପଡ଼ିଥିଲା। ମୃତକମାନଙ୍କ ମଧ୍ୟରେ ୩ ଜଣ ବାଳିକା ଓ ୨ଜଣ ମହିଳା ଅଛନ୍ତି। ଏଥିରେ ୩ ନାବାଳିକା ଓ ତାଙ୍କର ମା’ ମଧ୍ୟ ସାମିଲ ‌ଅଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ଦେଖାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking