ଜଳେଶ୍ୱର : ବସ୍ତା ୬୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଟାୟାର ଫାଟିବାରୁ ଓଲଟି ପଡ଼ିଲା ପିକଅପ୍ । ଦୁର୍ଘଟଣାରେ ଗୁରୁତର ହେଲେ ୨୦ ଶ୍ରମିକ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଲକାମ ପାଇଁ ମୟୂରଭଞ୍ଜର ବାରମାଇଲରୁ କର୍ମଦା ୪୦ ଶ୍ରମିକ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା ।