28.1 C
Bhubaneswar
Thursday, September 19, 2024
Homeଓଡିଶାଓଲଟିଲା ଅଟୋ: ୧୦ ଆହତ

ଓଲଟିଲା ଅଟୋ: ୧୦ ଆହତ

କଟକ: ଆଜି ସକାଳେ କଟକ ଜିଲା ନରସିଂହପୁରରେ ଜିଲାରେ ଏକ ଅଟୋ ଓଲଟି ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଆଜି ନରସିଂହପୁର ବ୍ଲକର ଚମ୍ପେଶ୍ୱର ହାଟ ଥିବାବେଳେ ଏକ ଅଟୋରେ ୯ ମହିଳା ସେଠାକୁ ଯାଉଥିଲେ। ମାତ୍ର ଅତ୍ୟଧିକ ଯାତ୍ରୀ ହୋଇ ଅଟୋଟି ଭାରସାମ୍ୟ ହରାଇ ଓଲବ ଘାଟି ରାସ୍ତା ନିକଟରେ ଓଲଟି ପଡ଼ିଥିଲା। ଫଳରେ ୧୦ ଜଣ ଆହତ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସ୍ଥାନୀୟ ଲୋକେ ତୁରନ୍ତ ଅଟୋରୁ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଆମ୍ବୁଲାନ୍ସ ସାହାଯ୍ୟରେ ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିବା ଜଣାପଡ଼ିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଅଟୋ ଚାଳକଙ୍କୁ ପଚରାଉଚରା କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking