ସମ୍ବଲପୁର: ଆଜିକାଲି ସବୁସ୍ଥାନରେ ଦୁର୍ନୀତି ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ସମ୍ବଲପୁରରୁ ଏପରି ଏକ ଦୁର୍ନୀତି ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ୩ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ସରକାରୀ ଗାଡ଼ିରେ ତେଲ ପକାଇବାରେ ଓଭର ବିଲିଂ ହୋଇଥିବା ଅଭିଯୋଗ ହୋଇଥିଲା ।
ଚଞ୍ଚକତା କରି ଓଭର ବିଲିଂ କରିବା ଅଭିଯୋଗରେ ୩ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି । ତେବେ ମୋଟର ଭେଇକିଲ ବିଭାଗର ୩ କନଷ୍ଟେବଳଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା ଏସପି । ୩ କନଷ୍ଟେବଳ ତେଲ ବିଲ୍ ଓ ମିଟର ରିଡିଂ ଠିକ୍ ଭାବେ କରିନଥିବା ଅଭିଯୋଗ ହୋଇଛି । ନିର୍ବାଚନ ବେଳେ ଗାଡ଼ିରେ ତେଲ ପକାଇ ଅଧିକ ବିଲ୍ ହୋଇଥିବା ଅଭିଯୋଗ ହୋଇଛି ।