24.1 C
Bhubaneswar
Friday, February 13, 2026
Homeଓଡିଶାଭୁବନେଶ୍ୱରରେ ୮୦ରୁ ଊର୍ଦ୍ଧ୍ୱ ଆଶ୍ରୟ ସ୍ଥଳୀ: ବିଏମ୍‌ସି ମେୟର

ଭୁବନେଶ୍ୱରରେ ୮୦ରୁ ଊର୍ଦ୍ଧ୍ୱ ଆଶ୍ରୟ ସ୍ଥଳୀ: ବିଏମ୍‌ସି ମେୟର

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ପ୍ରସ୍ତୁତି ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ୬୭ କର୍ପୋରେଟଙ୍କୁ ନେଇ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାତ୍ୟାର ପ୍ରଭାବକୁ ମୁକାବିଲା କରିବା ପାଇଁ ପାଇଁ ୮୦ରୁ ଊର୍ଦ୍ଧ ଆଶ୍ରୟ ସ୍ଥଳୀ କରାଯାଇଛି।

ବିଭିନ୍ନ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆଶ୍ରୟ ସ୍ଥଳୀ ଭାବେ ନିଆଯିବ। ବିଦ୍ୟୁତ ସରବରାହ, ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା ସଠିକ ଭାବେ କରାଯିବ। ଯେଉଁ ସ୍ଥାନରେ ପାଣି ଜମିବାର ଚିହ୍ନଟ କରାଯାଇଛି ସେଠି ପାଣି ପମ୍ପ ବ୍ୟବସ୍ଥା କରାଯିବ। ୱାଟ୍‌କୋ, ଟିପିସିଓଡିଏଲ୍ ଅଧିକାରୀମାନଙ୍କ ସହ ବିଏମସ ଆଲୋଚନା କରିଛି।

ସିଟି ଇଞ୍ଜିନିୟର, କର୍ପୋରେଟରମାନେ ପ୍ରସ୍ତୁତ ରହିଛନ୍ତି। କୌଣସି ବି ପରିସ୍ଥିତି ଆସିଲେ ମୁକାବିଲା କରାଯିବ। ସମସ୍ତଙ୍କୁ ହେଲ୍ପଲାଇନ ନମ୍ବର ଜାରି ରହିଛି। ଏହା ସହ ଲୋକମାନଙ୍କ ସୁରକ୍ଷା ପ୍ରଥମ ପ୍ରାଥମିକତା ଦିଆଯାଉଛି। ଆଶ୍ରୟ ସ୍ଥଳୀରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ପହଞ୍ଚା ଯିବ। ସମସ୍ତଙ୍କ ଛୁଟି ବାତିଲ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking