31.1 C
Bhubaneswar
Thursday, July 4, 2024
Homeଅପରାଧଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ୫ ଅଟକ

ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ୫ ଅଟକ

କଳାହାଣ୍ଡି : ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ଶିକ୍ଷିତ ବେକାରୀଙ୍କ ସଂଖ୍ୟା । ଏଭଳି ସମୟରେ ଚାକିରି ଦେବାର ଆଳ ଦେଖାଇ କିଛି ଲାଭଖୋର ବ୍ୟକ୍ତି ବିଭିନ୍ନ ସଂସ୍ଥା ଖୋଲି ବସିଛନ୍ତି । ଆଉ ନିଯୁକ୍ତି ସୁଯୋଗ ଦେବା ନାଁରେ ଯୁବକମାନଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଉଛନ୍ତି । କେବଳ ଏତିକି ନୁହେଁ ଠକେଇକୁ ଚେନ ସିଷ୍ଟମ ବେପାର କରି ଲୋକଙ୍କୁ ଫସେଇବା ଭଳି ଘଟଣା ସାମ୍ନାକୁ ଆସିଛି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ ଏପରି ଘଟଣା ଘଟିଛି । ସହରରେ ଥିବା ଏକ ବେନାମୀ କମ୍ପାନୀ ଉପରେ ଚଢ଼ାଉ କରି ୫ଜଣକୁ ଅଟକରଖି ପଚରା ଉଚରା କରୁଛି ଟାଉନ ଥାନା ପୋଲିସ । ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଚାକିରି ନାଁରେ ଲକ୍ଷାଧତ୍କ ଟଙ୍କା ଠକେଇ ମାମଲାରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଭିଯୋଗ ପରେ ସହରରେ ଥିବା ଏକ ବେନାମୀ କମ୍ପାନୀ ଉପରେ ପୋଲିସର ଚଢ଼ାଉ କରିଥିଲା । ଚାକିରି ନାଁରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୬୦ ଜଣ ଲୋକଙ୍କୁ ଠକିଥିବା ଅଭିଯୋଗ ପରେ ଏହି ଚଢାଉ ହୋଇଛି । ଚାକିରି ପାଇଁ ଜଣପିଛା ଏହି କଂପାନିକୁ ୨୨ ହଜାର ଟଙ୍କାର ସିକ୍ୟୁରିଟି ଦେଇଥିବା ଅଭିଯୋଗ ରହିଛି । ଡାଟା ଅପରେଟର,ଅଫିସ କାମ ଭଳି ନିଯୁକ୍ତି ଦିଆଯିବ ବୋଲି ଚାକିରି ଆଶାୟୀଙ୍କୁ କୁହାଯାଉଛି । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଅନ୍ୟାନ୍ୟ କାମରେ ତାଲିମ ଦିଆଯାଇ ଚେନ ସିଷ୍ଟମ ବିଜନେସରେ ଲଗାଯାଉଛି । ତାଲିମ ସମୟରେ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ବାହାରକୁ ଛଡ଼ାଯାଉନାହିଁ । ଚାକିରୀ ଆଶାୟୀ ଯୁବକ ମାନଙ୍କୁ ଗୃହବନ୍ଦୀ ଭାବେ ରଖାଯାଉଛି ବୋଲି ମଧ୍ୟ ଅଭିଯୋଗ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking