28.1 C
Bhubaneswar
Sunday, June 23, 2024
Homeଓଡିଶାଆମ ସରକାର ହିଁ ଲୋକଙ୍କର

ଆମ ସରକାର ହିଁ ଲୋକଙ୍କର

ଭୁବନେଶ୍ୱର : ବିଜେଡି ସରକାର ଲୋକଙ୍କ ସରକାର ବୋଲି କହୁଥିଲେ ମଧ୍ୟ ବାସ୍ତବରେ ଏତେ ଲୋକପ୍ରିୟ ହୋଇ ମଧ୍ୟ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲା ବେଳ ସାଧାରଣ ଲୋକଙ୍କ ଠାରୁ ବହୁ ଦୂରରେ ଥିଲେ । ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ ନିଜ ଦଳର ମନ୍ତ୍ରୀ ଓ ବିଧାୟକମାନେ ବି ତାଙ୍କୁ ଭେଟିବା ସମ୍ଭବ ହେଉ ନଥିଲା । ଏବେ ପରିସ୍ଥିତି ବଦଳିଛି । ନବୀନଙ୍କ ନେତୃତ୍ୱାଧିନ ବିଜେଡି ସରକାର ନୁହେଁ ମୋହନ ମାଝୀଙ୍କ ନେତୃତ୍ୱାଧିନ ସରକାର ହେଉଛି ଲୋକଙ୍କର ଏହି ଧାରଣା ଓ ବାର୍ତ୍ତା ଲୋକଙ୍କୁ ଦେବା ପାଇଁ ଉଦ୍ୟମ କରାଯାଇଛି । ଏ ନେଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ବିଭିନ୍ନ ବରପୂତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆର୍ଶୀବାଦ ନେବାକୁ ଯିବା ଅବସରରେ ରାସ୍ତା କଡ଼ରେ ଥିବା ଓ ବରପୂତ୍ରମାନଙ୍କ ସ୍ଥଳରେ ଉପସ୍ଥିତ ଥିବା ସାଧାରଣ ଲୋକଙ୍କୁ ଭେଟିଥିଲେ । ଲୋକଙ୍କ ଠାରୁ ସେମାନଙ୍କର ସମସ୍ୟା ଶୁଣିଥିଲେ ଏବଂ ସମାଧାନର ପ୍ରତିଶୃତି ମଧ୍ୟ ଦେଇଥିଲେ । ସାଧାରଣ ଅଟୋ ଚାଳକଠୁ ଆରମ୍ଭ କରି ପିଅନ ପର୍ଯ୍ୟନ୍ତ ବିଭିନ୍ନ ସ୍ତରର ଲୋକଙ୍କ ସହ ମିଶିଥିଲେ । ବାସ୍ତବରେ ଏହି ଏ ହେଉଛି ଲୋକଙ୍କ ସରକାର ଓ ଓଡ଼ିଆ ଅସ୍ମିତାର ପରିଚାୟକ ବୋଲି ପ୍ରମାଣ ଦେବା ପାଇଁ ସେ ଉଦ୍ୟମ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking