18.1 C
Bhubaneswar
Tuesday, November 19, 2024
Homeଓଡିଶାଓଟିଏମ୍ ପୁନରୁଦ୍ଧାର ପ୍ରସଙ୍ଗ: ୧୧୫ କୋଟି ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଓଟିଏମ୍ ପୁନରୁଦ୍ଧାର ପ୍ରସଙ୍ଗ: ୧୧୫ କୋଟି ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ : ଚୌଦ୍ୱାରସ୍ଥିତ ଓଡିଶା ଟେକ୍ସଟାଇଲ ମିଲ୍‌(ଓଟିଏମ୍‌) ପୁନରୁଦ୍ଧାର ମାମଲାର ଶୁଣାଣିକରି ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କୁ୧୧୫ କୋଟି ଟଙ୍କା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ବାବଦରେ ଥିବା ବକେୟା ତାଲିକା ଅନୁଯାୟୀ ଅଫିସିଆଲ ଲିକୁଡେଟରଙ୍କ ନିକଟରେ ୧୧୫ କୋଟି ଟଙ୍କା ଅର୍ଥ ଦାଖଲ କରିବାକୁ ମୁଖ୍ୟବିଚାରପତି ଡକ୍ଟର ଏସ୍‌.ମୁରଲିଧର ଓ ବିଚାରପତି ଚିତ୍ତ ରଞ୍ଜନ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ରହିଛି । ଏହି ଅର୍ଥ ମାସକ ମଧ୍ୟରେ ଦାଖଲ କରିବାକୁ ଅଦାଲତ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ଆସନ୍ତା ଅକ୍ଟୋବର ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଖଣ୍ଡପୀଠ ଦିନ ଧାର୍ଯ୍ୟ କରିଛନ୍ତି । ପୂର୍ବରୁ ଅଦାଲତ ଶ୍ରମିକମାନଙ୍କ ପ୍ରାପ୍ୟ ଏବଂ ଦେୟ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ଲିକୁଡେଟରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

କମ୍ପାନୀର କେତେଜଣ କର୍ମଚାରୀଙ୍କର କେତେ ଟଙ୍କା ବକେୟା ରହିଛି ସେନେଇ ହିସାବ କିତାବ ପାଇଁ ଚାଟାର୍ଡ ଆକାଉଣ୍ଟଟାଣ୍ଟ ନିଯୁକ୍ତି କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲା ବେଳେ ଚାଟାର୍ଡ ଆକାଉଟାଣ୍ଟ ନିଯୁକ୍ତି ଦିଆଯାଇଛି ବୋଲି ଲିକୁଡେଟର କୋଟଙ୍କୁ ଅବଗତ କରାଇଥିଲେ । ଓଟିଏମ୍ ପାଇଁ ରାଜ୍ୟ ସରକାର ପୂର୍ବରୁ ୩୦ କୋଟି ଓ ଇଡ଼କୋ ପକ୍ଷରୁ ୫ କୋଟି ମୋଟ ୩୫ କୋଟି ଦାଖଲ ହୋଇଥିବା ନେଇ ଆଡଭୋକେଟ ଜେନେରାଲ କୋର୍ଟଙ୍କୁ ଅବଗତ କରାଇଥିଲେ । ଶ୍ରମିକ ଓ କର୍ମଚାରୀମାନଙ୍କ କ୍ୱାର୍ଟରଗୁଡିକରେ ବିଦ୍ୟୁତ ସଂଯୋଗ ନେଇ କର୍ମଚାରୀଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ଅଫିସିଆଲ ଲିକ୍ୟୁଡେଟରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ କ୍ୱାର୍ଟରକୁ ଗୋଟିଏ ଲେଖାଏଁ ମିଟର ସଂଯୋଗ କରିବାକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏସଂକ୍ରାନ୍ତରେ କର୍ମଚାରୀମାନେ ଅଫିସିଆଲ ଲିକ୍ୟୁଡେଟରଙ୍କୁ ଜଣାଇବାକୁ କୋର୍ଟ କହିଛନ୍ତି ।

ସୂଚନାଯୋଗ୍ୟ ମହାବାତ୍ୟାରେ ବ୍ୟାପକ କ୍ଷତି ହୋଇଯାଇଥିବା ଓଟିମ୍‌ରେ ୨୦୦୧ ଜୁଲାଇ ୩୧ ତାରିଖରେ ତାଲା ପଡ଼ିଯାଇଥିଲା । ତେବେ ପୁନଃକ୍ଷମ କରିବା ଲାଗି ଏହାକୁ ନିଲାମ କରିବା ପାଇଁ ଲିକୁଡେଟର ଏକଦା ଦରଖାସ୍ତ ଆହ୍ୱାନ କରିଥିବା ବେଳେ ରାଜ୍ୟ ସରକାର ପୁନର୍ବାର ଓଟିଏମ୍‌କୁ ଅଧିଗ୍ରହଣ କରିବା ଲାଗି ଚାହିଁଥିଲେ । ସରକାରଙ୍କ ପକ୍ଷରୁ ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଓଟିଏମ୍‌କୁ ରାଜ୍ୟ ସରକାର ଅଧିଗ୍ରହଣ କରନ୍ତୁ ବୋଲି ଆବେଦନକାରୀ ପକ୍ଷରୁ କୋର୍ଟଙ୍କୁ ଆବେଦନ କରାଯାଇଥିଲା । ତେବେ ୧୧୫କୋଟି ଟଙ୍କା ପୈଠ କରିବା ଲାଗି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଦୀର୍ଘଦିନ ହେବ ନିଜର ବକେୟା ପ୍ରାପ୍ୟ ନପାଇ ନାନାବିଧ ସମସ୍ୟା ଭିତରେ ଜୀବନ ବିତାଉଥିବା ଶ୍ରମିକମାନଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking