17.1 C
Bhubaneswar
Tuesday, November 26, 2024
Homeଓଡିଶାଏପ୍ରିଲ ୯ରେ ଓଟିଇଟି ପରୀକ୍ଷା

ଏପ୍ରିଲ ୯ରେ ଓଟିଇଟି ପରୀକ୍ଷା

କଟକ : ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ଓଡିଶା ଦ୍ୱାରା ପରିଚାଳିତ ଓଡିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ୨୦୨୧ ଆସନ୍ତା ଏପ୍ରିଲ ମାସ ୯ ତାରିଖରେ ଅନୁଷ୍ଠିତ ହେବ । ଉଭୟ ବର୍ଗର ପରୀକ୍ଷା ଗୋଟିଏ ଦିନରେ ଦୁଇଟି ସିଟିଂରେ ଅନୁଷ୍ଠିତ ହେବ । ପ୍ରଥମ ବର୍ଗର ପରୀକ୍ଷା ସକାଳ ୮ଟାରୁ ସାଢେ ୧୦ଟା ଓ ଦ୍ୱିତୀୟ ବର୍ଗର ପରୀକ୍ଷ ଅପରାହ୍ନ ୧୨ଟାରୁ ସାଢେ ୨ଟା ପର୍ଯ୍ୟନ୍ତ ହେବ । ଫର୍ମ ପୂରଣ କରିଥିବା ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟରୁ ଆସନ୍ତା ୩୦ ତାରିଖ ଠାରୁ ସେମାନଙ୍କ ରେଜିଷ୍ଟ୍ରେସନ ନମ୍ବର ବା ଇମେଲ ଆଇଡି ଲଗିଙ୍ଗ୍ କରି ସେମାନଙ୍କ ପ୍ରବେଶ ପତ୍ର ଡାଉନଲୋଡ କରିପାରିବେ ।

କୌଣସି ପରିସ୍ଥିତିରେ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରାଯାଇ ପାରିବ ନାହିଁ ଓ ବୋର୍ଡ ପକ୍ଷରୁ କୌଣସି ପ୍ରବେଶ ପତ୍ର ଦିଆଯିବ ନାହିଁ । ପରୀକ୍ଷାର୍ôଥଙ୍କ ପକ୍ଷରୁ ଅନଲାଇନରେ ଦିଆଯାଇଥିବା ତଥ୍ୟ ଆଧାରରେ ପ୍ରବେଶ ପତ୍ର ଦିଆଯାଇଥିବା ବେଳେ ଯେଉଁ ସମୟରେ ଦିଆଯାଇଥିବା ତଥ୍ୟରେ ତ୍ରୁଟି ପରିଲକ୍ଷିତ ହେବ ପ୍ରାର୍ଥିପତ୍ର ନାକଚ କରାଯିବା ସହ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ । ସେହିପରି ଦିଆଯାଇଥିବା ତଥ୍ୟରେ ମଧ୍ୟ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ପଢିବା ଓ ଲେଖିବାକୁ ଅକ୍ଷମ ଥିବା ପରୀକ୍ଷାର୍ଥି ପରୀକ୍ଷାର ୫ ଦିନ ପୂର୍ବରୁ ଏ ନେଇ ମୂଳ ପ୍ରମାଣ ପତ୍ର ସହ କେନ୍ଦ୍ର ଅଧିକ୍ଷକଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking