ଭୁବନେଶ୍ୱର: ପ୍ରକାଶ ପାଇଲା ଓଏସଏସଟିଇଟି- ୨୦୨୫ ରେଜଲ୍ଟ । ଗତ ଜାନୁଆରୀ ୨୧ ତାରିଖରେ ହୋଇଥିଲା ପରୀକ୍ଷା । ୫୬ ହଜାର ୪୫୬ ପରୀକ୍ଷାର୍ଥୀ ଦେଇଥିଲେ ପେପର- ୧ ଓ ୨ ପରୀକ୍ଷା । ଓଭରାଲ ୭୨.୩୮ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ନେଇ ବିଏସଇ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଅପରାହ୍ମ ୪ଟା ପରଠୁ ରେ ରେଜଲ୍ଟ ଚେକ କରିପାରିବେ । ଅପରାହ୍ମ ୫ଟା ପରଠୁ ୱେବସାଇଟରୁ ସାର୍ଟିଫିକେଟ ଡାଉନଲୋଡ କରି ହେବ । ଯେଉଁମାନେ ଉତ୍ତୀର୍ଣ୍ଣ ହୋଇ ନାହାନ୍ତି ଓଏମଆର ସିଟ ଡାଉନଲୋଡ କରିପାରିବେ ।










