28.1 C
Bhubaneswar
Friday, September 20, 2024
Homeଓଡିଶାଓଏସଏସସି ପ୍ରଶ୍ନପତ୍ର ଲିକର ଫିଟିବ ଗୁମର : ଏସପି

ଓଏସଏସସି ପ୍ରଶ୍ନପତ୍ର ଲିକର ଫିଟିବ ଗୁମର : ଏସପି

ଭୁବନେଶ୍ୱର: ଖୁବଶୀଘ୍ର ଓଏସଏସସି ପ୍ରଶ୍ନପତ୍ର ଲିକ୍ ଫିଟିବ ଗୁମର । ଏହା କହିଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ । ସେ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି ଯେ, ଏହି ଘଟଣାର ତଦନ୍ତି ଚାଲିଛି । ତିନୋଟି ଏଥିରେ ନିୟୋଜିତ ଅଛନ୍ତି । ରାଜ୍ୟ ବାହାରର ମାଷ୍ଟର ମାଇଣ୍ଡଙ୍କ ପାଖରେ ପହଞ୍ଚି ପାରିଛି ପୋଲିସ । ହ୍ୱାଟ୍ସଆପ ଓ ଅନ୍ୟ ନେଟୱର୍କିଂ ମାଧ୍ୟମରେ ଯାଉଥିଲା ପ୍ରଶ୍ନପତ୍ର । ସେହିପରି ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଟାର୍ଗେଟ କରୁଥିଲେ ଦଲାଲ । ତେବେ ବର୍ତ୍ତମାନ ଯାଏଁ ଯେତିକି ତଦନ୍ତ ହୋଇଛି ଏଥିରେ ଓଏସଏସସିର କୌଣସି ଅଧିକାରୀଙ୍କ ସମ୍ପୃକ୍ତି ନାହିଁ ବୋଲି ଏସପି ସୂଚନା ଦେଇଛନ୍ତି ।
୯ ଜଣ ଦଲାଲଙ୍କୁ ରବିବାର ବାଲେଶ୍ବର ଜିଲ୍ଲା ପୁଲିସ ଗିରଫ କରିଛି । ଗିରଫ ଦଲାଲମାନେ ହେଉଛନ୍ତି ଖୋର୍ଦ୍ଧା ଅଞ୍ଚଳର ବିଶ୍ବରଞ୍ଜନ ମହାପାତ୍ର, ବିଶାଖାପାଟଣାର ମହମ୍ମଦ.କେ.ସିଦ୍ଦିକ୍, ଭୁବନେଶ୍ବର ସହର ଉପକଣ୍ଠ ଯଦୁପୁରର ସାଇନା ପରବିନ୍, ମୁସ୍ତାକ୍ ଅଲ୍ଲୀ ଖାନ୍ ଓ ଏମ୍ଡି କମରୁଦ୍ଦିନ୍, ବିହାରର ଅଜୟ କୁମାର, ରାଜକୁମାର, ଦୀପକ କୁମାର ଓ ଭୁବନେଶ୍ବରର ବିଜେନ୍ଦ୍ର କୁମାର । ବିଶ୍ବରଞ୍ଜନ ହେଉଛି ଏହି ଗ୍ୟାଙ୍ଗ୍ର କିଙ୍ଗ୍ପିନ୍ । ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ବିହାର ଆଦି ରାଜ୍ୟରୁ ଶତାଧିକ ନିଯୁକ୍ତି ଆଶାୟୀଙ୍କୁ ଟାର୍ଗେଟ୍ କରୁଥିଲେ ଏହି ଗ୍ୟାଙ୍ଗର ସଦସ୍ୟ ।
ବିଭିନ୍ନ ରାଜ୍ୟରେ କର୍ମଚାରୀ ନିଯୁକ୍ତି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ତଥା କର୍ତ୍ତୃପକ୍ଷଙ୍କ ନିକଟ ସମ୍ପର୍କୀୟ ବ୍ୟକ୍ତି ଭାବେ ନିଜକୁ ପରିଚୟ ଦେଇ ଏମାନେ ପ୍ରଶ୍ନପତ୍ର ଓ ଚାକିରି ପିଛା ଆଶାୟୀଙ୍କଠାରୁ ୧୦ରୁ ୧୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରୁଥିଲେ । ପରୀକ୍ଷାର୍ଥୀଙ୍କଠାରୁ ସମସ୍ତ ଶିକ୍ଷାଗତ ଅସଲି ପ୍ରମାଣପତ୍ର ଓ ସେମାନଙ୍କ ଦସ୍ତଖତରେ ଦୁଇଟି ବ୍ଲାଙ୍କ୍ ଚେକ୍ ହାତେଇବା ପରେ ଆରମ୍ଭ କରୁଥିଲେ ଖେଳ। ସଂଯୋଗକ୍ରମେ ବା ଦୈବାତ ଯଦି କେହି ନିଯୁକ୍ତି ଆଶାୟୀ ପରୀକ୍ଷାରେ ପାସ୍ କରୁଥିଲେ, ଏମାନେ ତାଙ୍କ ପାଖରୁ ଦାବି ମୁତାବକ ଅର୍ଥରାଶି ନେବା ପରେ ଯାଇ ଶିକ୍ଷାଗତ ପ୍ରମାଣପତ୍ର ଦେଉଥିଲେ । କହିବାକୁ ଗଲେ ବନ୍ଧାପଡ଼ିଥିବା ଶିକ୍ଷାଗତ ପ୍ରମାଣପତ୍ରକୁ ଢାଲ କରି ଏମାନେ ପିଲାମାନଙ୍କୁ ବ୍ଲାକ୍ମେଲିଂ କରିବା ସହ ଲୁଟୁଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking