20.1 C
Bhubaneswar
Sunday, November 17, 2024
Homeଓଡିଶାପୁଣି ବଦଳିଲା ସଚିବାଳୟ କର୍ମଚାରୀଙ୍କ ଅଫିସ ଆସିବା ନୀତି, ୫୦ ନୁହେଁ ୩୦ ପ୍ରତିଶତ...

ପୁଣି ବଦଳିଲା ସଚିବାଳୟ କର୍ମଚାରୀଙ୍କ ଅଫିସ ଆସିବା ନୀତି, ୫୦ ନୁହେଁ ୩୦ ପ୍ରତିଶତ ଆସିବେ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଲକ ଡାଉନ ସମୟରେ ସଚିବାଳୟ କର୍ମଚାରୀଙ୍କ ପାଇଁ ଜାରି କରାଯାଇଥିବା ନିୟମରେ ପରିବର୍ତନ କରାଯାଇ ଗତ ୧୭ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ସଂସୋଧିକ ବିଜ୍ଞପ୍ତି ଜାରି କରାଯାଇଥିଲା । ଏହି ସଂଶୋଧିତ ବିଜ୍ଞପ୍ତି ୨୦ ତାରିଖରୁ ଲାଗୁ ହୋଇଥିଲା । ହେଲେ ଆଜି ପୁଣି ଏଥିରେ ସଂଶୋଧନ କରାଯାଇଛି । ସଚିବାଳୟକୁ କର୍ମଚାରୀଙ୍କ ଆସିବା ନେଇ ନିୟମରେ ପରିବର୍ତନ କରାଯାଇଛି ।

୧୭ ତାରିଖରେ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଥିଲା ଯେ, ୨୦ ତାରିଖରୁ କ୍ରିଟିକାଲ ଓ ଆଂଶିକ କ୍ରିଟିକାଲ ବିଭାଗର ଗ୍ରୁପ ଏ ଅଫିସର ନିୟମିୁତ ଆସିବେ । ଗୁୁୁୁୁ୍ରୁପ ବି, ସି ଓ ଡି କର୍ମଚାରୀମାନେ କ୍ରିଟିକାଲ ବିଭାଗର ୫୦ ପ୍ରତିଶତ, ଆଂଶିକ କ୍ରିଟିକାଲ ବିଭାଗର ୩୩ ପ୍ରତିଶତ ରୋଷ୍ଟର ଭିତରେ ଅଫିସ ଆସିବେ । ଆଜି ଗୋଟିଏ ଦିନ ଅଫିସ ସେବା ପରେ ପୁଣି ସଂଶୋଧିତ ବିଜ୍ଞପ୍ତି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଛି । ଏହି ସଂଶୋଧିତ ନିୟମ ଆସନ୍ତାକାଲି ୨୧ ତାରିଖ ଠାରୁ କାର୍ଯକାରୀ ହେବ ବୋଲି ଦର୍ଶାଯାଇଛି । କର୍ମଚାରୀଙ୍କ ଗହଳି ଦେଖି ବୋଧହୁଏ ଏ ପ୍ରକାର ନିଷ୍ପତି ନିଆଯାଇଛି । ଅନ୍ୟପକ୍ଷରେ ଆଜିଠାରୁ କେନ୍ଦ୍ରୀୟ ନିୟମକୁ ପାଳନରେ କିଛିଟା ଅବହେଳା ବିଭିନ୍ନ ରାଜ୍ୟ ସରକାର କରିବା ପରେ କେନ୍ଦ୍ର ସ୍ୱରାଷ୍‌୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି । ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି କେନ୍ଦ୍ରର ଲକ ଡାଉନ ନିୟମକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି । ଫଳରେ ସଚିବାଳୟ ଆସିବାକୁ ଥିବା କର୍ମଚାରୀଙ୍କ ଉପରେ ପୁଣି କଟକଣା ଜାରି କରାଯାଇଛି । ଆଜି ଜାରି ହୋଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, କ୍ରିଟିକାଲ ବିଭାଗର ଅଫିସର ଓ କର୍ମଚାରୀମାନେ ୩୦ ପ୍ରତିଶତ ରୋଷ୍ଟର ଭିତରେ ଆସିବେ । କ୍ରିଟିକାଲ ବିଭାଗର ପ୍ରଶାସନିକ ବିଭାଗ ନିଷ୍ପତି ନେବ କ୍ଷେତ୍ର ତଳରେ କାର୍ଯ କରୁଥିବା ଅଫିସର ଓ କର୍ମଚାରୀମାନେ ମଧ୍ୟ ୩୦ ପ୍ରତିଶତ ରୋଷ୍ଟର ଭିତରେ ଆସିବେ ।
ସେହିପରି ଆଂଶିକ କ୍ରିଟିକାଲ ବିଭାଗର ଅଫିସର ଓ କର୍ମଚାରୀଙ୍କ ମଧ୍ୟରୁ ମାତ୍ର ୧୦ ପ୍ରତିଶତ ରୋଷ୍ଟର ଭିତରେ ଆସିବେ । ସେହିପରି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଭିତରୁ କେଉଁ ୧୦ ପ୍ରତିଶତ ରୋଷ୍ଟର ଭିତରେ ଆସିବେ ତାହା ମଧ୍ୟ ସଂପୃକ୍ତ କର୍ମଚାରୀଙ୍କ ପ୍ରଶାସନ ବିଭାଗ ନିଷ୍ପତ୍ତି ନେବ ।

ଏହି ସଂଶୋଧିତ ନିର୍ଦ୍ଦେଶାବଳୀ ଆସନ୍ତା କାଲିଠୁ ଲାଗୁ ହେବ ଏବଂ ମେ ୩ ଲକ ଡାଉନ ଅବଧି ପର୍ଯ୍ୟନ୍ତ ବଳବତ୍ତର ରହିବ ।
ଗ୍ରୀଷ୍ମପ୍ରଭାବ ଦୃଷ୍ଟିରୁ ସରକାରୀ ଅଫିସ ଏପ୍ରିଲ ୧୦ରୁ ଜୁନ ୧୫ ପର୍ଯ୍ୟନ୍ତ ଘରୋଇ ବିଭାଗର ବିଜ୍ଞପ୍ତି ଅନୁସାରେ, ସକାଳ ୭ରୁ ଅପରାହ୍ନ ୧ ପର୍ଯ୍ୟନ୍ତ ହୋଇଥାଏ । କୋଭିଡ ୧୯ ସମୟ ହେତୁ ଯେଉଁ କଟକଣା ଚାଲିଛି ସେଥିନେଇ ଯେଉଁ ସବୁ ଅଂଚଳରେ ସରକାରୀ ଅଫିସ ସକାଳୁଆ ହୁଏ, ତାହା ପୂର୍ବପରି ହେବ କି ନାହିଁ ସେଥିନେଇ ପ୍ରଶ୍ନ ଉଠିଥିଲା । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସ୍ପଷ୍ଟ କରାଯାଇଛି । ପ୍ରତିବର୍ଷ ଭଳି ଘରୋଇ ବିଭାଗ ନିୟମ ଅନୁସାରେ ଅଫିସ କାର୍ଯ୍ୟ ହେବ ବୋଲି କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking