27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶବନ୍ଦେ ଭାରତ ଟ୍ରେନ୍କୁ ଗେରୁଆ ରଙ୍ଗ କରିବା ପଛରେ ନାହିଁ ରାଜନୀତି: ଅଶ୍ୱିନୀ ବୈଷ୍ଣବ

ବନ୍ଦେ ଭାରତ ଟ୍ରେନ୍କୁ ଗେରୁଆ ରଙ୍ଗ କରିବା ପଛରେ ନାହିଁ ରାଜନୀତି: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଦେଶର ପ୍ରଥମ ସେମି-ହାଇ ସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ ଟ୍ରେନ୍ ଏବେ ଦୁଇଟି ରଙ୍ଗରେ ଅର୍ଥାତ ଟ୍ରାକରେ ନୀଳ ଏବଂ ଗେରୁଆ ରଙ୍ଗରେ ଦୌଡୁଛି । ବର୍ତ୍ତମାନ ସୁଦ୍ଧା ଭାରତର ବିଭିନ୍ନ ସ୍ଥାନରେ ୩୪ ଯୋଡା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଚାଲୁଛି । ଏଥି ସହିତ ବନ୍ଦେ ଭାରତକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ କମଳା କିମ୍ବା ଗେରୁଆ ବନ୍ଦେ ଭାରତ ଟ୍ରେନ୍‌କୁ ସରକାରଙ୍କ ଏଜେଣ୍ଡା ବୋଲି କୁହାଯାଉଛି । ଯାହା ଉପରେ ରେଳ ମନ୍ତ୍ରୀ ବର୍ତ୍ତମାନ ଏହାର ଉତ୍ତର ଦେଇଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବନ୍ଦେ ଭରତକୁ କମଳା ରଙ୍ଗର ଶୁଦ୍ଧ ବୈଜ୍ଞାନିକ ତର୍କ ବାଢିଛନ୍ତି । ଏଥିସହ ସେ କହିଛନ୍ତି ଯେ, ଏଥିରେ କୌଣସି ରାଜନୀତି ନାହିଁ । ଏହା ସଂପୂର୍ଣ୍ଣ ବୈଜ୍ଞାନିକ ତର୍କ ।
ରେଳ ମନ୍ତ୍ରୀ କହିଛନ୍ତି ଯେ, ବିଜ୍ଞାନ ଅନୁଯାୟୀ ମଣିଷର ଆଖି ଦୁଇଟି ରଙ୍ଗକୁ ଅତି ସହଜରେ ଦେଖିପାରେ, ଯାହାକି ହଳଦିଆ ଏବଂ କମଳା । ୟୁରୋପରେ ୮୦ ପ୍ରତିଶତରୁ ଅଧିକ ଟ୍ରେନ୍ କମଳା କିମ୍ବା ହଳଦିଆ ହେବାର ଏହାହିଁ ମୁଖ୍ୟ କାରଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking