34.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଋତୁସ୍ରାବ ଯନ୍ତ୍ରଣାରୁ ମୁକ୍ତି ପାଇଁ ଖାଇଲେ ଗର୍ଭନିରୋଧକ ଔଷଧ; ତା’ପରେ କ’ଣ ଘଟିଲା ଜାଣନ୍ତୁ....

ଋତୁସ୍ରାବ ଯନ୍ତ୍ରଣାରୁ ମୁକ୍ତି ପାଇଁ ଖାଇଲେ ଗର୍ଭନିରୋଧକ ଔଷଧ; ତା’ପରେ କ’ଣ ଘଟିଲା ଜାଣନ୍ତୁ….

ହାଇଦ୍ରାବାଦ: ମାସିକ ଋତୁସ୍ରାବ ସମୟରେ ଗୋଡ, ଅଣ୍ଟା ଏବଂ ପେଟ କାଟିବା ସାଧାରଣ କଥା । ସାଧାରଣତଃ ଏହି ଯନ୍ତ୍ରଣା ଋତୁସ୍ରାବର ପ୍ରଥମ ଦୁଇଦିନ ହୋଇଥାଏ । କେତେକ ଯୁବତୀ ବା ମହିଳାଙ୍କ କ୍ଷେତ୍ରରେ ଏହି ଯନ୍ତ୍ରଣା ସାମାନ୍ୟ ହୋଇଥିବା ବେଳେ ଅନ୍ୟ କେତେକଙ୍କ କ୍ଷେତ୍ରରେ ଏହା ଗମ୍ଭୀର ହୋଇଥାଏ । ତେବେ ଏହି ଯନ୍ତ୍ରଣାକୁ ମୁକ୍ତି ପାଇବା ପାଇଁ ଅନେକ ମହିଳା ଔଷଧ ସେବନ କରିଥାଆନ୍ତି । ତେବେ ଆପଣ ଜାଣିଛନ୍ତି କି ଏହି ଔଷଧ ଶରୀର ଉପରେ କେଉଁ ପ୍ରକାର ପ୍ରଭାବ ପକାଇପାରେ ? ଜୀବନ ମଧ୍ୟ ନେଇପାରେ ଭୁଲ ଔଷଧ !

ବ୍ରିଟେନରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣାକୁ କମ୍ କରିବା ପାଇଁ ଯୁବତୀ ଜଣକ ଗର୍ଭ ନିରୋଧକ ଔଷଧ ଖାଇବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି । ବିଟ୍ରେନର ୧୬ ବର୍ଷୀୟ ଯୁବତୀଜଣକ ଏହି ଔଷଧ ଖାଇବା ପରେ ଶରୀର ଉପରେ ଏହାର ନକରାତ୍ମକ ପ୍ରଭାବ ପଡିଥିଲା । କିନ୍ତୁ ମହିଳାଜଣକ ସେହି ସମୟରେ ଡାକ୍ତରଙ୍କ ସହ ପରାମର୍ଶ ନକରି ସ୍ଥିତି ଗମ୍ଭୀର ହେବା ପରେ ପରାମର୍ଶ କରିଥିଲେ । ତେବେ ଗର୍ଭନିରୋଧକ ଔଷଧ ଖାଇବା ଯୋଗୁଁ ତାଙ୍କ ଶରୀରରେ ଅନେକ ପରିବର୍ତ୍ତନ ହୋଇଥିବା ଜଣାପଡ଼ିଥିଲା । ଏକ ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ଗର୍ଭନିରୋଧକ ଔଷଧ ସେବନର ୩ ସପ୍ତାହ ପରେ ହିଁ ଯୁବତୀଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ ଯୁବତୀଙ୍କ ନାମ ଲୈଲା ଖାନ ବୋଲି ଜଣାପଡିଛି ।

୧୬ବର୍ଷୀୟ ଯୁବତୀ ଜଣକ ନଭେମ୍ବର ୨୫ ତାରିଖରୁ ଗର୍ଭନିରୋଧକ ଔଷଧ ସେବନ ଆରମ୍ଭ କରିଥିଲେ । ଏହା ପରେ ପ୍ରଥମେ ଡିସେମ୍ବର ୫ ତାରିଖରେ ମୁଣ୍ଡବିନ୍ଧା ହେଉଥିବା ନେଇ ସେ ଅନୁଭବ କରିଥିଲେ । କିନ୍ତୁ ଏହାକୁ ପରିବାର ଲୋକେ ସାଧାରଣ ଭାବେ ନେଇଥିବା ବେଳେ ସପ୍ତାହ ଶେଷରେ ତାଙ୍କୁ ବାନ୍ତି ମଧ୍ୟ ହୋଇଥିଲା । ପରିବାର ଲୋକଙ୍କ କହିବା ଅନୁସାରେ, ପ୍ରତି ୩୦ ମିନିଟରେ ତାଙ୍କୁ ବାନ୍ତି ହେଉଥିଲା । ତାଙ୍କ ଶରୀରରେ ଅସହ୍ୟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ଅନୁଧ୍ୟାନ କରିବା ପରେ ପେଟରେ ଏକ ପୋକ ରହିଥିବା ନେଇ ଅନୁମାନ କରାଯାଇଥିଲା । ଜୀବନ ପ୍ରତି ବିପଦ ନଥିବା ନେଇ କହିଥିଲେ ଡାକ୍ତର । କିନ୍ତୁ ଔଷଧ ସେବନର ୧୮ ଦିନ ପରେ ଅର୍ଥାତ ଡିସେମ୍ବର ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking