ଭୁବନେଶ୍ୱର: ଆଜି ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନ । ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହିଁ ବିରୋଧୀ ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ନାରାବାଜି କରିଥିଲେ ବିରୋଧୀ । ହାତରେ ପ୍ଲାକାର୍ଡ, ପୋଷ୍ଟର ଧରି ପ୍ରତିବାଦ କରିଥିଲେ । ଚାଷୀ ସମସ୍ୟା, ମଣ୍ଡି ସମସ୍ୟା କଟନୀ ଛଟନୀ ଏସବୁ ପ୍ରସଙ୍ଗରୁ ଭିତ୍ତି କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବାଚସ୍ପତି ନିଜ ଜାଗାକୁ ଯିବା ପାଇଁ ବିରୋଧୀଙ୍କୁ ଅନୁରୋଧ କରିଥିଲେ ବି ଶୁଣିନଥିଲେ ଲଗାତାର ହଟ୍ଟଗୋଳ ଆରମ୍ଭ କରିଥିଲେ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ପୂର୍ବରୁ ବାଚସ୍ପତି ବିରୋଧୀ ହୋହଲ୍ଲା ହଙ୍ଗାମା କରିବାରୁ ପ୍ରଥମେ ୧୧ଟା ୩୦ ଯାଏଁ ମୁଲତବୀ କରିଥିଲେ ତାପରେ ୧୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ଆଜି ଅପରାହ୍ନ ୪ଟାରେ ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ଚିଠା ବଜେଟ୍ ଉପସ୍ଥାପନ କରିବେ।










