18.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶପୱାରଙ୍କ ଇସ୍ତଫାକୁ ବିରୋଧ; ପଦ ଛାଡ଼ିବେ ଏକାଧିକ ବରିଷ୍ଠ ଏନ୍‌ସିପି ନେତା!

ପୱାରଙ୍କ ଇସ୍ତଫାକୁ ବିରୋଧ; ପଦ ଛାଡ଼ିବେ ଏକାଧିକ ବରିଷ୍ଠ ଏନ୍‌ସିପି ନେତା!

ମୁମ୍ବାଇ: ଶରଦ ପୱାର ଏନ୍‌ସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବାରୁ ଏହାକୁ ନେଇ ଦଳ ମଧ୍ୟ ଅସନ୍ତୋଷ ଦେଖାଦେଇଛି । କର୍ମୀ ଓ ନେତାଙ୍କ ଆନ୍ତରିକତାକୁ ଦୃଷ୍ଟିରେ ରଖି ଆଗାମୀ ଦୁଇ ତିନିଦିନ ମଧ୍ୟରେ ନିଷ୍ପତ୍ତିର ପୁନର୍ବିଚାର କରିବେ ବୋଲି ପୱାର ପ୍ରତିଶ୍ରୁତି ଦେଇଛନ୍ତି ସତ, ତେବେ କର୍ମୀ ଓ ନେତାମାନେ ଏହାକୁ ଗ୍ରହଣ କରିବା ଅବସ୍ଥାରେ ନାହାନ୍ତି । ଇତିମଧ୍ୟରେ ପୱାରଙ୍କ ନିଷ୍ପତ୍ତି ପ୍ରତିବାଦରେ ଏନ୍‌ସିପିର ଏକାଧିକ ନେତା ନିଜ ପଦରୁ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି ।

ଏନ୍‌ସିପିର ବରିଷ୍ଠ ନେତା ଜିତେନ୍ଦ୍ର ଆହ୍ୱାଦ୍ ଦଳର ସାଂଗଠନିକ ପଦରୁ ଇସ୍ତଫା ଦେବେ ବୋଲି କହିଥିବାବେଳେ ବିଧାୟକ ଅନୀଲ ପାଟିଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ତାଙ୍କର ଇସ୍ତଫା ଗୃହୀତ ହୋଇନଥିବା କୁହାଯାଇଛି । ୨୦୨୪ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ପୱାର ଏନ୍‌ସିପି ଅଧ୍ୟକ୍ଷ ପଦରେ କାର୍ଯ୍ୟ କରନ୍ତୁ ବୋଲି ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking