16.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶକଳା ଡ୍ରେସ୍ ପିନ୍ଧି ବିରୋଧୀ ମେଣ୍ଟ ‘INDIA’ର ବିରୋଧ

କଳା ଡ୍ରେସ୍ ପିନ୍ଧି ବିରୋଧୀ ମେଣ୍ଟ ‘INDIA’ର ବିରୋଧ

ନୂଆଦିଲ୍ଲୀ:ସଂସଦ ମୌସୁମୀ ଅଧିବେଶନର ଆଜି ଷଷ୍ଠ ଦିନ । ଆଉ ମୌସୁମୀ ଅଧିବେଶନ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଗୃହରେ ମଣିପୁର ହିଂସାର ତାତି ଦେଖିବାକୁ ମିଳିଛି । ବିରୋଧୀମାନେ ଏହି ପ୍ରସଙ୍ଗକୁ ନେଇ ସରକାରକୁ ଟାର୍ଗେଟ କରୁଥିବାବେଳେ, ଗୁରୁବାର ବିରୋଧୀଙ୍କ ମେଣ୍ଟ ଇଣ୍ଡିଆ ତରଫରୁ ଏକ ବଡ ବୈଠକ ଡକାଯାଇଛି । ଏହି ବୈଠକରେ ବିରୋଧୀ ଦଳର ସାଂସଦମାନେ କଳା କପଡା ପିନ୍ଧି ପହଞ୍ଚିଥିବାବେଳେ, ଅବିଶ୍ୱାସ ପ୍ରସ୍ତାବ ଏବଂ ମଣିପୁର ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିବା ଜଣାପଡିଛି ।
ଗୁରୁବାର ଏହି ବୈଠକ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଚାମ୍ବରରେ ହେଇଛି । ଯେଉଠି କି ବିରୋଧୀ ଦଳର ନେତାମାନେ ଏକାଠି ହେଇ ରଣନୀତି ପ୍ରସ୍ତୁତ କରିଛନ୍ତି । ଖାଲି ସେତିକି ନୁହେଁ, ବିରୋଧୀ ସରକାର ଉପରେ ଆଣିଥିବା ଅବିଶ୍ୱାସ ପ୍ରସ୍ତାବକୁ ନେଇ ମଧ୍ୟ ଚର୍ଚ୍ଚା ହେଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଗତ ମେ ୩ ତାରିଖରୁ ମଣିପୁରରେ ହିଂସା ଲାଗିରହିଛି । ବର୍ତ୍ତମାନ ସୁଦ୍ଧା ଏହି ହିଂସାରେ ୧୬୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ମଣିପୁର ହିଂସାକୁ ନେଇ ସଂସଦର ଉଭୟ ସଦନରେ ବିରୋଧୀଙ୍କ ହୋ ହଲ୍ଲା ଲାଗି ରହିଛି । ଏହି ମୁଦ୍ଦା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ରଖନ୍ତୁ ବୋଲି ଦାବି କରିଆସୁଛନ୍ତି ବିରୋଧୀ । ଯେତେବେଳେ କି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ସେ ବିରୋଧୀଙ୍କ ସହ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ଅଛନ୍ତି ।
ଜାଣିରଖିବା ଉଚିତ୍ ଯେ, କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଲୋକସଭାରେ ଏହି ଅବିଶ୍ୱାସ ପ୍ରସ୍ତାବ ଆଣିଥିଲେ । ଯାହାକୁ ବାଚସ୍ପତି ଓମ୍ ବିର୍ଲା ସ୍ୱୀକାର କରିନେଇଛନ୍ତି । ଏହି ପ୍ରସଙ୍ଗରେ ଚର୍ଚ୍ଚା ହେବା ପାଇଁ ଆଗାମୀ ସପ୍ତାହ ଚୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking