18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶକେବଳ ଭାରତ ହିଁ ଚୀନକୁ ସାମନା କରିପାରିବ: ଜର୍ମାନୀ ରାଜଦୂତ

କେବଳ ଭାରତ ହିଁ ଚୀନକୁ ସାମନା କରିପାରିବ: ଜର୍ମାନୀ ରାଜଦୂତ

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ତିକ୍ତତା ପୁଣିଥରେ କୁହୁଳିବା ଆରମ୍ଭ କରିଛି । ଅରୁଣାଚଳ ପ୍ରଦେଶ ତୱାଙ୍ଗରେ ଏଲଏସିରେ ଚୀନ ସୈନ୍ୟ ଏବଂ ଭାରତୀୟ ସେନାର ମୁହାଁମୁହିଁ ଚିନ୍ତାର ବିଷୟ ପାଲଟିଛି । ଏହି ଘଟଣାକୁ ନେଇ ଚୀନକୁ ନିନ୍ଦା ମଧ୍ୟ କରିଛନ୍ତି ଜର୍ମାନୀର ରାଜଦୂତ ଫିଲିପ ଏକରମେନ । ଜର୍ମାନର ବୈଦେଶିକ ମନ୍ତ୍ରୀ ଅନାଲେନା ବେୟରବକଙ୍କ ଭାରତ ଗସ୍ତ ପରେ ଚୀନ ଏବଂ ଋଷ ପ୍ରସଙ୍ଗକୁ ନେଇ ଶୀର୍ଷ ସ୍ତରରେ ସମ୍ପର୍କ ରଖିବା ପାଇଁ ଉଭୟ ଦେଶ ସହମତି ପ୍ରଦାନ କରିଥିବା କହିଛନ୍ତି ଫିଲିପ ।

ତେବେ ତାଙ୍କୁ ଭାରତ ଏବଂ ୟୁରୋପୀୟ ୟୁନିୟନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ପ୍ରଶ୍ନ କରିବାରୁ ସେ କହିଥିଲେ ଯେ, ଜର୍ମାନୀକୁ ଏହି ଏଫଟିଏର ଆବଶ୍ୟକତା ରହିଛି । ଯାହା ଭାରତ ପ୍ରତି ବାଣିଜ୍ୟ ଆଚରଣରେ ପରିବର୍ତ୍ତନ ଆଣିବ । କିନ୍ତୁ ବର୍ତ୍ତମାନ ଜର୍ମାନୀ ସମତପୂର୍ଣ୍ଣ ରୂପେ ଚୀନ ଉପରେ ନିର୍ଭର କରୁଛି । ତେଣୁ ଆମକୁ ଅନ୍ୟ ଦେଶଗୁଡିକ ସହ ମଧ୍ୟ ବାଣ୍ୟି କ୍ଷେତ୍ରରେ ଆଗେଇବାକୁ ପଡିବ । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ଜନସଂଖ୍ୟା ଏବଂ ଅନ୍ୟାନ୍ୟ ଦୃଷ୍ଟିରୁ କେବଳ ଭାରତ ଗୋଟିଏ ଦେଶ ଯିଏ ଚୀନ ସହ ପ୍ରତିଦ୍ୱନ୍ଦିତା କରିବା ପାଇଁ ସକ୍ଷମ ରହିଛି । ଏହାପରେ ମଧ୍ୟ ଭାରତର ସଂରକ୍ଷଣବାଦୀ ପରିବେଶ ଏବଂ ନିୟମାବଳୀ ସମସ୍ୟାକୁ ଲୋକମାନଙ୍କ ଭିଏତନାମା ଏବଂ ମାଲେସିଆକୁ ଚାହିଁବାର କାରଣ ବୋଲି ସେ ଅନୁମାନ କରିଛନ୍ତି ।

ଏହାବ୍ୟତୀତ ଫିଲିପ ତୱାଙ୍ଗ ଘଟଣାକୁ ହିଂସା ବୋଲି ପ୍ରକାଶ କରିଛନ୍ତି । ଏହା ନେଇ ସେ ପହିଛନ୍ତି ଯେ, ମୋତେ ଏ ସମ୍ପର୍କରେ ବିଶେଷ କିଛି ଜଣା ନାହିଁ । କିନ୍ତୁ େସେଠାରେ ହିଂସା ଲାଗି ରହିଛି । ଏବେ ପର୍ଯ୍ୟନ୍ତ ପଶ୍ଚିମ ଦଶରେ ହିଂସା ହେଉଥିଲା । କିନ୍ତୁ ଏବେ ସମ୍ପୂର୍ଣ୍ଣ ପୂର୍ବ ଦେଶ ଗୁଡିକରେ ମଧ୍ୟ ଏହା ନିଆଁ ଭଳି ବ୍ୟାପି ଚାଲିଛି । ଯାହାକୁ ଭୁଲ ଏବଂ ନିନ୍ଦା କରିଛନ୍ତି ଜର୍ମାନର ରାଜଦୂତ ଫିଲିପ ଏକରମେନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking