30.1 C
Bhubaneswar
Saturday, February 14, 2026
Homeଓଡିଶାମହାପ୍ରଭୁଙ୍କ ଲୀଳା କେବଳ ସେ ଜାଣନ୍ତି : ପୃଥ୍ବୀରାଜ ହରିଚନ୍ଦନ

ମହାପ୍ରଭୁଙ୍କ ଲୀଳା କେବଳ ସେ ଜାଣନ୍ତି : ପୃଥ୍ବୀରାଜ ହରିଚନ୍ଦନ

ପୁରୀ : ରଥ ଉପରୁ ଆଡ଼ପ ମଣ୍ଡପକୁ ପହଣ୍ଡି ବେଳେ ଚାରମାଳ ଉପରେ ବଡଠାକୁର ପ୍ରଭୁ ବଳଭଦ୍ର ମୁହଁ ମାଡି ପଡିଯିବାକୁ ମହାପ୍ରଭୁଙ୍କ ଲୀଳା ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁ ରଥଯାତ୍ରାକୁ ସୁଚାର ଓ ଶୃଙ୍ଖଳିତ ରୂପେ ଅନୁଷ୍ଠିତ କରାଇଲେ । ଏବେ ଇଚ୍ଛାଧାରୀ ପ୍ରଭୁ ଲୀଳା ଦେଖାଇଛନ୍ତି । ଚାରମାଳ ଉପରେ ଖସିପଡିବା ତାଙ୍କର ଲୀଳା ହୋଇପାରେ । ଏହି ଘଟଣାରେ କାହାର କିଛି ଭୁଲ ନାହିଁ । ମହାପ୍ରଭୁଙ୍କ ଲୀଳା କେବଳ ସେ ଜାଣନ୍ତି । ଆଗାମୀ ଦିନରେ ବାହୁଡା ଯାତ୍ରା ଓ ନୀଳାଦ୍ରି ବିଜେକୁ କିପରି ଆହୁରି ଶୃଙ୍ଖଳିତ ଭାବେ ଅନୁଷ୍ଠିତ କରାଯିବ ସେନେଇ ବିଭିନ୍ନ ନିଯୋଗ ସହ ଆଲୋଚନା କରାଯାଇଛି।
ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ହସ୍ପିଟାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆମେ ହସ୍ପିଟାଲକୁ ଆସି ଆହତଙ୍କୁ ଭେଟିଛୁ । ପ୍ରଭୁଙ୍କ କୃପାରୁ କାହାର କିଛି ବିଶେଷ ହୋଇନି । ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛନ୍ତି । ସମସ୍ତେ ଭଲରେ ଘରକୁ ଫେରିଛନ୍ତି । ଏହି ଘଟଣାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବୁ ।
ପ୍ରକାଶ ଥାଉକି, ଗତକାଲି ଆଡ଼ପ ମଣ୍ଡପ ବିଜେ ବେଳେ ପ୍ରଭୁ ବଳଭଦ୍ର ମୁହଁ ମାଡି ତଳେ ଖସି ପଡିଥିଲେ । ଏହି ଘଟଣାରେ ୧୦ ରୁ ଅଧିକ ସେବାୟତ ଆହତ ହୋଇଥିଲେ। ଅଧିକାଂଶ ସେବାୟତଙ୍କ ହାତ, ଗୋଡରେ ଆଘାତ ଲାଗିଛି। ତେବେ କେହି ଗୁରୁତର ନାହାଁନ୍ତି। ଚିକିତ୍ସା ପରେ ସମସ୍ତଙ୍କୁ ଡିସଚାର୍ଜ କରଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking