26.1 C
Bhubaneswar
Saturday, October 19, 2024
Homeଓଡିଶାମାସକ ମଧ୍ୟରେ ପିଆଜ ଦର ଦୁଇ ଗୁଣା ବୃଦ୍ଧି

ମାସକ ମଧ୍ୟରେ ପିଆଜ ଦର ଦୁଇ ଗୁଣା ବୃଦ୍ଧି

ଭୁବନେଶ୍ୱର: ପୁଣି କନ୍ଦାଇବା ଆରମ୍ଭ କଲାଣି ପିଆଜ । ମାସକ ମଧ୍ୟରେ ପିଆଜ ଦର ଦୁଇ ଗୁଣା ବୃଦ୍ଧି ପାଇଛି । ମାସକ ପୂର୍ବରୁ ପିଆଜ କିଲୋ ପ୍ରତି ୨୫ ଟଙ୍କା ଥିବାବେଳେ ଏବେ କିଲୋ ୫୦ ଟଙ୍କା । କିଛି ସ୍ଥାନରେ ୬୦ ଟଙ୍କାରେ ମଧ୍ୟ ବ୍ୟବସାୟୀ ବିକ୍ରି କରୁଛନ୍ତି ।

ଅନ୍ୟାନ୍ୟ ପରିବା ଦର ବୃଦ୍ଧି ମଧ୍ୟରେ ପିଆଜ ହଠାତ୍ ବଢିଯିବା ଦ୍ୱାରା ଗ୍ରାହକ ଅସୁବିଧାରେ ପଡ଼ିଛନ୍ତି । ନାସିକରେ ପିଆଜ ମହଙ୍ଗା କାରଣରୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିଛି । ନଭେମ୍ବର ମାସରେ ନୂଆ ପିଆଜ ଆସିଲେ ଦରବୃଦ୍ଧିରୁ ଆଶ୍ୱସ୍ତି ମିଳିବ ବୋଲି ବ୍ୟବସାୟୀମାନେ ଆକଳନ କରିଛନ୍ତି ।

ସୂଚନାଥାଉ କି, ଚଳିତ ବର୍ଷ ଅଗଷ୍ଟରେ ମଧ୍ୟ ପିଆଜ ଦର ବୃଦ୍ଧି ପାଇଥିଲା । ୨ ସପ୍ତାହରେ ପିଆଜ ଦର ପାଖାପାଖି ୧୦ ଟଙ୍କା ବୃଦ୍ଧି ପାଇଥିଲା । ସେଥିପାଇଁ ଆଗୁଆ ସତର୍କ ହୋଇ ପିଆଜ ଉପରେ ରପ୍ତାନୀ ଶୁଳ୍କକୁ ୪୦ ପ୍ରତିଶତ ବଢ଼ାଇଥିଲେ କେନ୍ଦ୍ର ସରକାର ।  ଅନ୍ୟପକ୍ଷେ, ପିଆଜ ଦର ବୃଦ୍ଧି ପରେ ଚିନ୍ତାରେ ଖାଉଟି । ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking