ଭୁବନେଶ୍ୱର : ପିଆଜ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା କେଶର ମୁଳକୁ ମଜବୁତ ରଖିଥାଏ । କେଶ ଝଡିବା ସମସ୍ୟାରୁ ମୁକ୍ତି ପାଇପାରିବେ । ପିଆଜ ତେଲ ଲଗାଇବା ଦ୍ୱାରା କେଶ ଭଲ ବୃଦ୍ଧି ହୋଇଥାଏ । ପିଆଜରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଏବଂ ଆଣ୍ଟି ଫଙ୍ଗାଲ ଗୁଣ ଡାଣ୍ଡ୍ରଫକୁ ହ୍ରାସ କରିଥାଏ । ଏହା ସହିତ କେଶକୁ ଚମକାଇଥାଏ । ସାମ୍ପୁ କରିବା ପୂର୍ବରୁ କେଶରେ ପିଆଜ ରସ ବ୍ୟବହାର କରନ୍ତୁ । ପିଆଜ ରସରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ କେଶରେ ଥିବା ମଇଳା ଅଂଶକୁ ଦୂର କରେ ।
କିପରି କରିବେ ପିଆଜ ତେଲ ଜାଣନ୍ତୁ..
ପ୍ରଥମେ ଭଲ ଭାବରେ ପିଆଜକୁ ଗ୍ରାଇଣ୍ଡର କରିବେ । ତାପରେ ସଫା କପଡା ମାଧ୍ୟମରେ ରସ କୁ ଛାଣି ଅନ୍ୟ ପାତ୍ରରେ ରଖିବେ । ପିଆଜ ରସକୁ ନଡିଆ ତେଲରେ ମିଶାଇ ୧୫ରୁ ୨୦ ମିନିଟ ଫୁଟାଇବେ । ତାପରେ ଥଣ୍ଡା ହେବା ପରେ ମୁଣ୍ଡରେ ଲଗାଇଭେ । ଏଭଳୁ କରିବା ଦ୍ୱାରା କେଶ ଭଲ ରହିଥାଏ ।