31.1 C
Bhubaneswar
Friday, October 18, 2024
Homeଓଡିଶାଶ୍ରୀମନ୍ଦିରର ରୋଷଘରେ ଚୁଲି ଭାଙ୍ଗିବା ଘଟଣା: ସିସିଟିଭି ଫୁଟେଜ୍‌ରୁ ଜଣେ ଚିହ୍ନଟ

ଶ୍ରୀମନ୍ଦିରର ରୋଷଘରେ ଚୁଲି ଭାଙ୍ଗିବା ଘଟଣା: ସିସିଟିଭି ଫୁଟେଜ୍‌ରୁ ଜଣେ ଚିହ୍ନଟ

ପୁରୀ: ଶ୍ରୀମନ୍ଦିରର ରୋଷଘରେ ଚୁଲି ଭାଙ୍ଗିବା ଘଟଣାରେ ଆଜି ସିସିଟିଭି ଯାଞ୍ଚ କରାଯାଇଛି। ସିସିଟିଭ ଯାଞ୍ଚ ପରେ ଜଣେ ବ୍ୟକ୍ତି ରୋଷଘରେ ପ୍ରବେଶ କରିଥିବା ଜଣାପଡ଼ିଛି। ତେବେ ସଂପୃକ୍ତ ବ୍ୟକ୍ତି ଜଣକ କିଏ ତାହା ଜଣାପଡ଼ି ନାହିଁ। ପୁଲିସ ପକ୍ଷରୁ ସିସିଟିଭି ତଦନ୍ତ ଜାରି ରହିଛି। ସିସିଟିଭି ଯାଞ୍ଚ ସମୟରେ ମହାସୁଆର ନିଯୋଗର ସଭାପତି ନାରାୟଣ ମହାସୁଆର ଓ ଅନ୍ୟ କର୍ମକର୍ତ୍ତମାନେ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ଫାଣ୍ଡି କଣ୍ଟ୍ରୋଲ ରୁମରେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଥିଲା। ସୂଚନାଯୋଗ୍ୟ, ରୋଷଘରେ ଚୁଲି ଭାଙ୍ଗିବା ଘଟଣାର ତଦନ୍ତ ପାଇଁ ଗତକାଲି ୨ ଜଣିଆ କମିଟି ଗଠିତ ହୋଇଥିଲା। ସୁରକ୍ଷା ପ୍ରଶାସକ ଭିଏସ୍‌ ଚନ୍ଦ୍ରଶେଖର ରାଓ ଓ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ନେଇ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଧୋପଖାଳ, ପାଇକ, ଦ୍ବାରପାଳିଆ ଓ ଅଙ୍ଗାରିଆ‌ ସେବାୟତଙ୍କୁ ଜେରା କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking