22.1 C
Bhubaneswar
Thursday, November 21, 2024
Homeଦେଶ ବିଦେଶୱାନ୍ ନେସନ୍‌-ୱାନ୍ ଇଲେକ୍‌ସନ୍ ପ୍ରସ୍ତାବ; ଉଚ୍ଚସ୍ତରୀୟ କମିଟିରେ ଶାହ, ଅଧିର ରଞ୍ଜନ

ୱାନ୍ ନେସନ୍‌-ୱାନ୍ ଇଲେକ୍‌ସନ୍ ପ୍ରସ୍ତାବ; ଉଚ୍ଚସ୍ତରୀୟ କମିଟିରେ ଶାହ, ଅଧିର ରଞ୍ଜନ

ନୂଆଦିଲ୍ଲୀ : ୱାନ୍ ନେସନ୍‌-ୱାନ୍ ଇଲେକ୍‌ସନ୍ (ଗୋଟିଏ ଦେଶ-ଗୋଟିଏ ନିର୍ବାଚନ) ପ୍ରସ୍ତାବର ଆଇନଗତ ଦିଗ ଉପରେ ଅନୁଧ୍ୟାନ କରିବାକୁ କେନ୍ଦ୍ର ସରକାର ଇତିମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି । ତେବେ ଶନିବାର ଉକ୍ତ କମିଟିରେ ୭ ଜଣ ସଦସ୍ୟଙ୍କୁ ସାମିଲ କରାଯାଇଛି । ଏମାନେ ହେଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ (ବିଜେପି), ସାଂସଦ ଅଧିର ରଞ୍ଜନ ଚୌଧୁରୀ (କଂଗ୍ରେସ), ଗୁଲାମ ନବୀ ଆଜାଦ (ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା), ଏନ.କେ.ସିଂହ (୧୫ଶ ଅର୍ଥ କମିଶନ୍‌ର ଅଧ୍ୟକ୍ଷ), ସୁବାସ କଶ୍ୟପ (ପୂର୍ବତନ ଲୋକସଭା ସେକ୍ରେଟାରୀ ଜେନେରାଲ), ହରିଶ ସାଲ୍‌ଭେ (ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ), ସଞ୍ଜୟ କୋଠାରୀ (ପୂର୍ବତନ ମୁଖ୍ୟ ଭିଜିଲାନ୍ସ କମିଶନର) । କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ମେଘୱାଲ ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥିଭାବେ ଉକ୍ତ କମିଟିର ପ୍ରତ୍ୟେକ ବୈଠକରେ ଯୋଗଦେବେ ବୋଲି କୁହାଯାଇଛି ।

ଲୋକସଭା ସହ ବିଭିନ୍ନ ରାଜ୍ୟର ବିଧାନସଭା, ମ୍ୟୁନିସିପାଲିଟୀ ଏବଂ ପଞ୍ଚାୟତ ନିର୍ବାଚନକୁ ଏକାସାଙ୍ଗରେ ଆୟୋଜନ କରାଯିବାର ପ୍ରାସଙ୍ଗିକତା ଓ ଉପଯୋଗିତା ଉପରେ କମିଟି ଅନୁଧ୍ୟାନ କରିବ ବୋଲି ଜଣାପଡିଛି । ଏହାଦ୍ୱାରା ନିର୍ବାଚନ ପରିଚାଳନା ସମ୍ପର୍କିତ ଖର୍ଚ୍ଚ ବହୁମାତ୍ରାରେ ହ୍ରାସ ପାଇବା ସହ ସୁରକ୍ଷା ବାହିନୀକୁ ମଧ୍ୟ ଅପେକ୍ଷାକୃତ କମ କଷ୍ଟ ସ୍ୱୀକାର କରିବାକୁ ପଡିବ ବୋଲି ଆଶା କରାଯାଉଛି । ସ୍ୱାଧିନତା ପରଠାରୁ କେବଳ ୧୯୬୭ରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ଆୟୋଜନ କରିବାକୁ ଲ’ କମିଶନ ପୂର୍ବରୁ ସରକାରଙ୍କୁ ସୁପାରିସ କରିସାରିଛନ୍ତି । ସରକାର ଚଳିତମାସ ୧୮ରୁ ସଂସଦର ପାଞ୍ଚଦିନିଆ ସ୍ୱତନ୍ତ୍ର ଅଧିବେଶନ ଡକାଇଥିବାବେଳେ ‘ୱାନ୍ ନେସନ୍‌-ୱାନ୍ ଇଲେକ୍‌ସନ୍‌’ ବିଲ୍ ଆଗତ ହୋଇପାରେ ବୋଲି ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking