ନୂଆଦିଲ୍ଲୀ: ତୁର୍କୀର ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ଜଣେ ଭାରତୀୟ ନାଗରିକଙ୍କର ପତ୍ତା ମିଳୁନଥିବାବେଳେ ଆଉ ୧୦ ଜଣ ଭାରତୀୟ ଫସିରହିଥିବା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତେବେ ସେମାନେ ସୁରକ୍ଷିତ ଥିବା କୁହାଯାଇଛି । ନିଖୋଜ ଭାରତୀୟଙ୍କୁ ବେଙ୍ଗାଲୁରୁସ୍ଥିତ କମ୍ପାନୀ ଅଫିସ କାମରେ ସେଠାକୁ ପଠାଇଥିବା ଜଣାପଡିଛି । ବିଦେଶ ମନ୍ତ୍ରଣାଳୟ ତରଫରୁ ନିଖୋଜ ବ୍ୟକ୍ତିିଙ୍କ ପରିବାର ଏବଂ ବେଙ୍ଗାଲୁରୁ କମ୍ପାନୀ ସହ ଯୋଗାଯୋଗ କରାଯାଉଛି । ବର୍ତ୍ତମାନ ତୁର୍କୀରେ ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ ବସବାସ କରୁଛନ୍ତି । ସେଠାରେ ଥିବା ଭାରତୀୟଙ୍କ ସମ୍ପର୍କରେ ତଥ୍ୟ ପାଇବାକୁ ତୁର୍କୀର ଆଦାନା ସହରରେ ଏକ କଣ୍ଟ୍ରୋଲରୁମ ଖୋଲାଯାଇଛି ।