27.1 C
Bhubaneswar
Saturday, June 22, 2024
Homeଓଡିଶାଅଂଶୁଘାତରେ ଜଣେ ମୃତ

ଅଂଶୁଘାତରେ ଜଣେ ମୃତ

ଆନନ୍ଦପୁର: ମୌସୁମୀ ପ୍ରବେଶ କରିସାରିଥିଲେ ହେଁ ବର୍ଷାର ଦେଖାନାହିଁ । ତାପମାତ୍ରା ଅଧିକ ହେବାସହ ଗୁଳୁଗୁଳି ସମସ୍ତଙ୍କୁ ଅସ୍ତବେସ୍ତ କରିଛି । ତେବେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ୭ ନମ୍ବର ୱାର୍ଡ ଗୌଡ଼ସାହିର ନବକିଶୋର ନାଏକ (୫୦)ଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ନବକିଶୋରଙ୍କ ଘରକାମ ଚାଲିଥିବା ବେଳେ ସେ ସହଯୋଗ କରୁଥିଲେ। ଅପରାହ୍‌ଣ ସାଢ଼େ ୨ଟାବେଳେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖରାରେ କାମ କରିବା ସମୟରେ ଅଂଶୁଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତଦେହ ଆସନ୍ତକାଲି ବ୍ୟବଚ୍ଛେଦ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking