17.1 C
Bhubaneswar
Tuesday, November 26, 2024
Homeଓଡିଶାଭୁବନେଶ୍ୱରଖରସ୍ରୋତାରେ ବୁଡି ଜଣେ ମୃତ,୫ ନିଖୋଜ

ଖରସ୍ରୋତାରେ ବୁଡି ଜଣେ ମୃତ,୫ ନିଖୋଜ

ଯାଜପୁର: ଖରସ୍ରୋତା ନଦୀରେ ବୁଡି ଜଣେ ମୃତ, ୫ ନିଖୋଜ । ହୋଲି ଉତ୍ସବ ସାରି ଗାଧୋଇବା ବେଳେ ବୁଡିଗଲେ ଯୁବକ ଜଣକ । ବଡସୁଆର ନିକଟ ମଙ୍ଗଳାଘାଟରେ ଭାସିଗଲେ ଯୁବକ । ଖବର ମୁତାବକ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଦ୍ୱାରା ଖୋଜାଖାଜି ଜାରି ରହିଛି ।  ବଡ଼ସୁଆଁର ଗାଁରେ ଆଜି ହୋଲି ଉତ୍ସବ ପାଳନ ହୋଇଥିଲା। ଅପରାହ୍ନ ପ୍ରାୟ ୨ଟାରେ ୭ ଜଣ ପିଲା ଗାଁ ନିକଟ ଦେଇ ପ୍ରବାହିତ ଖରସ୍ରୋତା ନଦୀରେ ଗାଧୋଇବାକୁ ଯାଇଥିଲେ। ଜଳର ସ୍ରୋତ ପ୍ରଖର ଥିବାରୁ ସମସ୍ତେ ଭାସିଯାଇଥିଲେ। ସୂଚନା ପାଇଁ ଓଡ୍ରାଫ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଛିଛି। ଉଦ୍ଧାର କାର୍ଯ୍ୟ ଜାରି ଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ଜଣଙ୍କର ମୃତ୍ୟୁ ହୋଇସାରିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ୫ ଜଣଙ୍କର କୌଣସି ଖବର ମିଳିପାରି ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking