18.1 C
Bhubaneswar
Friday, February 13, 2026
Homeଦେଶ ବିଦେଶମୁହରମ୍ ଶୋଭାଯାତ୍ରାରେ ବିଦ୍ୟୁତ୍ ଆଘାତ ଯୋଗୁଁ ଜଣେ ମୃତ, ୨୪ଆହତ

ମୁହରମ୍ ଶୋଭାଯାତ୍ରାରେ ବିଦ୍ୟୁତ୍ ଆଘାତ ଯୋଗୁଁ ଜଣେ ମୃତ, ୨୪ଆହତ

ପାଟନା: ବିହାରର ଦରଭଙ୍ଗା ଜିଲ୍ଲାରେ ମୁହରମ୍ ଶୋଭାଯାତ୍ରାରେ ଏକ ବଡ ଅଘଟଣ ଘଟିଛି। ଶନିବାର ସନ୍ଧ୍ୟାରେ ବିହାରର ଦରଭଙ୍ଗା ଜିଲ୍ଲାରେ ଏକ ମୁହରମ୍ ଶୋଭାଯାତ୍ରା ସମୟରେ ବିଦ୍ୟୁତ୍ ଆଘାତ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ଦରଭଙ୍ଗା ଜିଲ୍ଲା ମାଜିଷ୍ଟ୍ରେଟ୍ କୌଶଲ କୁମାରଙ୍କ ଅନୁଯାୟୀ, ସାକତପୁର ଥାନା ଅଧୀନସ୍ଥ କାକୋରହା ଗାଁରେ ‘ତାଜିଆ’ର ଏକ ଅଂଶ ଉଚ୍ଚ-ଟେନସନ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଏହି ଘଟଣା ଘଟିଛି।

“ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୨୪ ଜଣ ଆହତ ହୋଇଛନ୍ତି,” କୁମାର ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଯେ ଘଟଣାସ୍ଥଳରେ ଉପସ୍ଥିତ ଜିଲ୍ଲା ପ୍ରଶାସନର ଅଧିକାରୀ ଏବଂ ପୋଲିସ କର୍ମଚାରୀମାନେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଇଥିଲେ।ଆହତମାନେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ଏବଂ ସେମାନଙ୍କ ଅବସ୍ଥା ବିପଦମୁକ୍ତ ବୋଲି କୁହାଯାଇଛି। ଘଟଣାର ତଦନ୍ତ ଚାଲିଛି ବୋଲି ଡିଏମ୍ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking