19.1 C
Bhubaneswar
Monday, November 25, 2024
Homeଖେଳଦିନିକିଆ ବିଶ୍ୱକପ୍‌; ଦିନକ ପୂର୍ବରୁ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ୍‌

ଦିନିକିଆ ବିଶ୍ୱକପ୍‌; ଦିନକ ପୂର୍ବରୁ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ୍‌

ମୁମ୍ବାଇ: ଆଇସିସି ଦିନିକିଆ ବିଶ୍ୱକପ୍‌ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ଗୋଟିଏ ଦିନ ପୂର୍ବର ଆୟୋଜିତ ହୋଇପାରେ । ପୂର୍ବ ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ଅକ୍ଟୋବର ୧୫ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଦୁଇ ଟିମ୍ ମଧ୍ୟରେ ମ୍ୟାଚ୍ ହେବାର ଅଛି । ଏହି ଦିନ ନବରାତ୍ରୀ ପର୍ବ ଆରମ୍ଭ ହେଉଛି । ଏହାକୁ ଦୃଷ୍ଟିରେ ରଖି ସିକ୍ୟୁରିଟି ଏଜେନ୍ସିଗୁଡ଼ିକ ମ୍ୟାଚ୍ ତାରିଖ କିମ୍ବା ଭେନ୍ୟୁ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ଏହି ମ୍ୟାଚ୍ ଅକ୍ଟୋବର ୧୪ରେ ଖୋଳାଯାଇପାରେ । ଅନ୍ୟପକ୍ଷରେ ବିସିସିଆଇ ସମ୍ପାଦକ ଜୟ ଶାହ ଗୁରୁବାର ବିଶ୍ୱ କପ୍ ମ୍ୟାଚ୍ ଆୟୋଜନ କରିବାକୁ ଥିବା ସମସ୍ତ ଷ୍ଟେଟ୍ ଆସୋସିଏସନ୍‌ର ଜରୁରୀ ମିଟିଂ ଡକାଇଛନ୍ତି । ଦିଲ୍ଲୀରେ ହେବାକୁ ଥିବା ଏହି ମିଟିଂରେ ମ୍ୟାଚ୍‌ର ନୂଆ ତାରିଖ କିମ୍ବା ଭେନ୍ୟୁ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି । ବିସିସିଆଇର ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ଆମେ ଅନ୍ୟ ବିକଳ୍ପ (ଭେନ୍ୟୁ) ସନ୍ଧାନରେ ରହିଛୁ । ଭାରତ-ପାକିସ୍ତାନ ହାଇ ପ୍ରୋଫାଇଲ୍ ମ୍ୟାଚ୍ ନବରାତ୍ରୀରେ ହେବାକୁ ଥିବାରୁ ଏହି ଦିନ ହଜାର ହଜାର କ୍ରିକେଟ୍ ପ୍ରଶଂସକ ଅହମ୍ମଦାବାଦ ଯାତ୍ରା କରିବେ ।

ଅନ୍ୟପକ୍ଷରେ ନବରାତ୍ରୀ ଯୋଗୁଁ ମଧ୍ୟ ସହରରେ ବହୁ ଭିଡ଼ ଲାଗିରହିବ । ଭାରତ-ପାକିସ୍ତାନ ମ୍ୟାଚ୍ ଯଦି ଅକ୍ଟୋବର ୧୪ରେ ହୁଏ, ତେବେ ଇଂଲଣ୍ଡ-ଆଫଗାନିସ୍ତାନ ମ୍ୟାଚ୍ ୧୫ ତାରିଖରେ ହୋଇପାରେ । କାର୍ଯ୍ୟସୂଚୀ ଅନୁସାରେ ଅକ୍ଟୋବର ୧୪ରେ ଦୁଇଟି ମ୍ୟାଚ୍ ରହିଛି । ପ୍ରଥମ ମ୍ୟାଚ୍ ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଏବଂ ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଦିଲ୍ଲୀରେ ଆୟୋଜିତ ହେବ । ଦିଲ୍ଲୀରେ ହେବାକୁ ଥିବା ମ୍ୟାଚ୍‌ର ସମୟ ଅପରାହ୍ନ ୨ଟା ଥିବାବେଳେ ଭାରତ-ପାକିସ୍ତାନ ମ୍ୟାଚ୍ର ସମୟ ମଧ୍ୟ ଅପରାହ୍ନ ଦୁଇଟା ରହିଛି । ଏଥିଯୋଗୁଁ ଏହି ମ୍ୟାଚ୍‌ର ତାରିଖରେ ପରିବର୍ତ୍ତନ କରାଯାଇପାରେ । ବାକି ମ୍ୟାଚ୍‌ର ସମୟ ଏବଂ ଭେନ୍ୟୁରେ କୌଣସି ପରିବର୍ତ୍ତନ ହେବନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking