ଭୁବନେଶ୍ୱର: ଦୁଇ ବର୍ଷ ପରେ ଭୁବନେଶ୍ୱର ମହାନଗର ନିଗମ ବିଏମସିର ମନେ ପଡ଼ିଲା’ ମୋ ସାଇକେଲ’ କଥା। ବ୍ୟବହାର ନହୋଇ ପଡି ରହିଥିବା ପ୍ରାୟ ୨ହଜାରରୁ ଅଧିକ ମୋ ସାଇକେଲକୁ ଏବେ ମରାମତି କରି ପୁଣିଥରେ ବ୍ୟବହାର ଉପଯୋଗୀ କରିବ ବିଏମସି । ମରାମତି ପରେ ଏହି ସାଇକେଲ ଗୁଡିକ କାହାକୁ ବଣ୍ଟାଯିବ ନାହିଁ ବରଂ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କିଣାଯାଇଥିବା ଏହି ସାଇକେଲ ଗୁଡିକର ଯେଭଳି ପୁନଃ ବ୍ୟବହାର ଉପଯୋଗୀ ହୋଇପାରିବ ତାହା ଉପରେ ରହିବ ପ୍ରାଥମିକତା। କୋଭିଡ କାରଣରୁ ଗତ ଦୁଇ ବର୍ଷ ଧରି ବ୍ୟବହାର ନହୋଇ ଖତ ଖାଉଥିଲା ଏହି ଦାମୀ ବାଇ-ସାଇକେଲ ଯାହାର ଗୋଟାକର ଦାମ ୨୫ହଜାରରୁ ଅଧିକ। ଏ ନେଇ ସ୍ପଷ୍ଟ କରିଛନ୍ତି ବିଏମସି କମିଶନର ବିଜୟ ଅମୃତ କୂଲାଙ୍ଗେ।
ଜାଣନ୍ତୁ କ’ଣ ପାଇଁ ରାବଣ ଶିବ ଲିଙ୍ଗଙ୍କୁ ସାଥୀରେ ଲଙ୍କା ନେଇ ପାରିଲେ ନାହିଁ….