18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶପୁଣି ଥରେ ଋଷ ବିରୋଧି ନିନ୍ଦା ପ୍ରସ୍ତାବରେ ଭୋଟ ଦେଲାନି ଭାରତ

ପୁଣି ଥରେ ଋଷ ବିରୋଧି ନିନ୍ଦା ପ୍ରସ୍ତାବରେ ଭୋଟ ଦେଲାନି ଭାରତ

ନୂଆଦିଲ୍ଲୀ: ଘମାଘୋଟ ଯୁଦ୍ଧ ମଧ୍ୟରେ ଋଷିଆ ୟୁକ୍ରେନର ୪ ପ୍ରମୁଖ ଅଞ୍ଚଳକୁ ନିଜ ସୀମାରେ ସାମିଲ କରିଛି । ୟୁକ୍ରେନର ଡୋନେସ୍କ, ଲୁହାଂସ୍କ, ଖେରସନ ଏବଂ ଜାପୋରିଝିଆ ଋଷିଆ ସହ ମିଶିଛି । ୟୁକ୍ରେନ ଅଞ୍ଚଳରେ ଋଷିଆର ଏପରି କବ୍‌ଜାକୁ ଆମେରିକା, ବ୍ରିଟେନ ସମେତ ଅନେକ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ନିନ୍ଦା କରିଛନ୍ତି ଏବଂ ତୁରନ୍ତ ଯୁଦ୍ଧଗ୍ରସ୍ତ ଦେଶରୁ ମସ୍କୋର ସୈନ୍ୟ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଆମେରିକା ଓ ଆଲବେନିଆ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଋଷିଆ ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ଆଣିଥିଲେ । ଏହି ପ୍ରସ୍ତାବ ସପକ୍ଷରେ ୧୦ଟି ଦେଶ ଭୋଟ ଦେଇଥିବା ବେଳେ ପୁଣିଥରେ ଋଷ ପ୍ରତି ନିଜର ବନ୍ଧୁତା ଦେଖାଇ ଭୋଟିଂରୁ ବିରତ ରହିଛି ଭାରତ ।

କେବଳ ଭାରତ ନୁହେଁ, ଚୀନ, ବ୍ରାଜିଲ ଏବଂ ଗାବନ ଏହି ନିନ୍ଦା ପ୍ରସ୍ତାବରେ ଭୋଟ ଦେଇନାହାନ୍ତି । ଅନ୍ୟପଟେ ଋଷ ଜାତିସଂଘର ସ୍ଥାୟୀ ସଦସ୍ୟ ହୋଇଥିବାରୁ ଏହି ପ୍ରସ୍ତାବ ଉପରେ ଭିଟୋ ପାୱାର ପ୍ରୟୋଗ କରଛି । ଫଳରେ ଏହି ପ୍ରସ୍ତାବ ସୁରକ୍ଷା ପରିଷଦରେ ଗୃହୀତ ହୋଇପାରିନାହିଁ ।

ଆମେରିକା ଓ ଆଲବେନିଆର ନିନ୍ଦା ପ୍ରସ୍ତାବରେ ଋଷ ୟୁକ୍ରେନରୁ ନିଜ ସୈନ୍ୟ ପ୍ରତ୍ୟାହାର କରୁ ବୋଲି କୁହାଯାଇଥିଲା । ୧୫ ରାଷ୍ଟ୍ର ମଧ୍ୟରୁ ୧୦ଟି ରାଷ୍ଟ୍ର ନିନ୍ଦା ପ୍ରସ୍ତାବକୁ ସମର୍ଥନ କରିଥିଲେ । ଭାରତ ସମେତ ଚାରୋଟି ରାଷ୍ଟ୍ର ଏଥିରୁ ବିରତ ରହିଥିଲେ । ପୂର୍ବରୁ ମଧ୍ୟ ଭାରତ ଋଷିଆ ବିରୋଧି ନିନ୍ଦା ପ୍ରସ୍ତାବ ଭୋଟିଂରୁ ନିଜକୁ ଦୂରେଇ ରହିଥିଲା ।

ଗୁରୁବାର ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ମଧ୍ୟ ୟୁକ୍ରେନର ୪ଟି ଅଞ୍ଚଳକୁ ଋଷିଆ ଅକ୍ତିଆର କରିବା ଘଟଣାକୁ ନିନ୍ଦା କରିଥିଲେ ଏବଂଧମକ କିମ୍ବା ବଳପୂର୍ବକ କୌଣସି ଦେଶର ଭୂଖଣ୍ଡ ଦଖଲ କରିବା ଜାତିସଂଘ ଏବଂ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି କହିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୟୁକ୍ରେନର ଡୋନେସ୍କ, ଲୁହାଂସ୍କ, ଖେରସନ ଏବ ଜୋପରିଝିଆ ଅଞ୍ଚଳ ଋଷିଆରେ ସାମିଲ ହୋଇଛି ବୋଲି ଶୁକ୍ରବାର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଘୋଷଣା କରିଥିଲେ । ଏହିସବୁ ଅଞ୍ଚଳକୁ ଋଷରେ ମିଶ୍ରଣ ପାଇଁ କିଛି ଦିନ ତଳେ ଜନମତ ସଂଗ୍ରହ କରାଯାଇଥିଲା । ଏହାର ୯୦ ପ୍ରତିଶତ ଜନସାଧାରଣରେ ଋଷିଆରେ ସାମିଲ ହେବାକୁ ମତ ଦେଇଥିବା ଏହି ରାଷ୍ଟ୍ର ପକ୍ଷରୁ କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking