25.9 C
Bhubaneswar
Monday, April 6, 2026
Homeଦେଶ ବିଦେଶଆରପାରିରେ ପୂର୍ବତନ ବିଜେପି ସାଂସଦ ପ୍ରଭାତ ଝା

ଆରପାରିରେ ପୂର୍ବତନ ବିଜେପି ସାଂସଦ ପ୍ରଭାତ ଝା

ନୂଆଦିଲ୍ଲୀ : ଆରପାରିରେ ପୂର୍ବତନ ବିଜେପି ସାଂସଦ ପ୍ରଭାତ ଝା । ଦିଲ୍ଲୀର ମେଦାନ୍ତା ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ୬୭ ବର୍ଷ ବୟସରେ ସେ ଦେହ ତ୍ୟାଗ କରିଛନ୍ତି । ପ୍ରଭାତ ଝା ମୂଳତଃ ବିହାରର ଥିଲେ । ତାଙ୍କର ଅନ୍ତିମ ସଂସ୍କାର ବିହାରରେ ଥିବା ତାଙ୍କ ଜନ୍ମସ୍ଥାନ ସୀତାମଢ଼ୀ ଗ୍ରାମରେ ଅନୁଷ୍ଠିତ ହେବ । ଦିଲ୍ଲୀର ସମସ୍ତ ବରିଷ୍ଠ ନେତା ତାଙ୍କର ଶେଷ ଦର୍ଶନ କରିବା ପରେ ଆଜି ତାଙ୍କୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ବିହାରକୁ ନିଆଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ବିଜେପିର ଏହି ବରିଷ୍ଠ ନେତା ରାଜ୍ୟ ସଭାର ଦୁଇ ଦୁଇ ଥର ସାଂସଦ ରହିଥିଲେ । ସେ ଦଳର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ଦିଲ୍ଲୀ, ପଞ୍ଜାବ ଏବଂ ଚଣ୍ଡିଗଡ଼ର ପ୍ରଭାରୀ ଦାୟିତ୍ୱ ମଧ୍ୟ ତୁଲାଇ ଥିଲେ । ଏହା ସହିତ ଝା ମଧ୍ୟ ପ୍ରଦେଶର ଅଧ୍ୟକ୍ଷ ପଦ ମଧ୍ୟ ସମ୍ଭାଳିଛନ୍ତି । ପ୍ରଭାତ ଝାଙ୍କ ବିୟୋଗରେ ଦଳର ଅନେକ ନେତୃବୃନ୍ଦ ଶୋକବ୍ୟକ୍ତ କରିଛନ୍ତି । ତାଙ୍କ ଦେହାନ୍ତରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଶୋକ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking