31.1 C
Bhubaneswar
Sunday, October 20, 2024
Homeଓଡିଶାନବ ଦାସ ହତ୍ୟା ଘଟଣାକୁ ପୂରିଲା ବର୍ଷେ

ନବ ଦାସ ହତ୍ୟା ଘଟଣାକୁ ପୂରିଲା ବର୍ଷେ

ଝାରସୁଗୁଡା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ସୋମବାର ବର୍ଷେ ପୂରିଛି। ତଥାପି ଏଯାଏଁ ହତ୍ୟାର କାରଣ ରହସ୍ୟ ଘେରରେ ରହିଛି। ଅଭିଯୁକ୍ତ ଗୋପାଳ ଦାସ ନାଁରେ ଚାର୍ଜ ସିଟ୍ ଦାଖଲ ପରେ ବି ବିଚାର ପ୍ରକ୍ରିୟା ଆଶାନୁରୂପ ଭାବରେ ଆଗେଇ ନାହିଁ। ଅଭିଯୁକ୍ତ ଗୋପାଳଙ୍କ ନାଁରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି। ହେଲେ ହତ୍ୟାର କାରଣର ପର୍ଦ୍ଦାଫାସ ହୋଇପାରିନି। ଏପରିକି ନବଙ୍କ ପରିବାର ଷଡଯନ୍ତ୍ର ଅଭିଯୋଗ କରିବା ପରେ ମଧ୍ୟ କ୍ରାଇମବ୍ରାଞ୍ଚ ଷଡଯନ୍ତ୍ରର ଦିଗକୁ ତଦନ୍ତରେ ସାମିଲ କରିନାହିଁ। ବର୍ଷକ ମଧ୍ୟରେ ସେପରି କିଛି ପ୍ରମାଣ ବି ଲାଗିନଥିବା ଅଭିଯୋଗ ହୋଇଛି।

୨୦୨୩ ମସିହା ଜାନୁଆରୀ ୨୯ରେ ସ୍ବଗତଃ ନବ ଦାସ ବ୍ରଜରାଜନଗରକୁ ଏକ ଦଳୀୟ କାର୍ଯ୍ୟକ୍ରମରେ ଯାଉଥିବାବେଳେ ଗାନ୍ଧୀ ଛକ ଫାଣ୍ଡିରେ କାର୍ଯ୍ୟରତ ପୋଲିସ ଏଏସଆଇ ଗୋପାଳ ଦାସ ନବଙ୍କ ଉପରକୁ ଗୁଳିମାଡ କରିଥିଲା। ସେପଟେ ସୋମବାର ନବଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଝାରସୁଗୁଡା ମନମୋହନ ସ୍କୁଲ ପଡିଆରୁ ଏକ ମିନି ମାରାଥନର ଆୟୋଜନ ହୋଇଛି। ସେହିପରି ଏସପି ଅଫିସ ସମ୍ମୁଖ ତିନି କୋଣୀଆ ଛକରେ ନବ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି। ପରେ ଦିନ ୧୨ଟାରେ ମନମୋହନ ଏମଇ ସ୍କୁଲ ପଡିଆଠାରେ ସର୍ବଧର୍ମ ସ୍ମୃତି ସଭା ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking