ବେଙ୍ଗାଲୁରୁ : ପାର୍ଟି ହାଇକମାଣ୍ଡଙ୍କ ସହ ଆଲୋଚନା କରିବା ଉଦ୍ଦେଶ୍ୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଜୁନ୍ ୨୧ରେ କର୍ଣ୍ଣାଟକର ସବୁ ମନ୍ତ୍ରୀଙ୍କୁ ଦିଲ୍ଲୀ ଡକାଇଛନ୍ତି । ଏହି ସମୟରେ କର୍ଣ୍ଣାଟକ ମନ୍ତ୍ରୀମାନେ ରାଜ୍ୟର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ବୋଲି କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.ଶିବକୁମାର କହିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓ ଶିବକୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିପାରନ୍ତି ବୋଲି ଶୁଣିବାକୁ ମିଳିଛି ।
ଏଥିପାଇଁ ସିଦ୍ଧରମେୟା ପିଏମ୍ଓରୁ ଆପଏଣ୍ଟମେଣ୍ଟ ନେଇସାରିଛନ୍ତି । ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ କର୍ଣ୍ଣାଟକରେ କ୍ଷମତାକୁ ଫେରିଥିବାବେଳେ ନିର୍ବାଚନୀ ଇସ୍ତାହାରଗୁଡିକର କାର୍ଯ୍ୟକାରିତା ନେଇ ସୋନିଆ, ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଆଲୋଚନା କରାଯିବ ବୋଲି ସିଦ୍ଧରମେୟା କହିଛନ୍ତି ।